ଆଇଆଇଟି ଖଡଗପୁର ଏକ ସୂକ୍ଷ୍ମ ଛୁଞ୍ଚି ବିକଶିତ କରିଛି । ଏହା ସହାୟତାରେ ବିନା କୌଣସି କଷ୍ଟରେ ରୋଗୀକୁ ଔଷଧ ଦିଆଯାଇପାରିବ । ଆଇଆଇଟିର ଇଲେକ୍ଟ୍ରାନିକ ଓ ଇଲେକ୍ଟ୍ରିକାଲ କମ୍ୟୁନିକେସନ ଇଞ୍ଜିନିୟରିଂ ବିଭାଗ କେବଳ ସୂକ୍ଷ୍ମ ଛୁଞ୍ଚିର ବ୍ୟାସର ଆକାର କମ କରିଛି । ଏବଂ ଏହାକୁ ଆହୁରି ମଜଭୁତ କରିଦେଇଛି । ଯାହା ଫଳରେ ତ୍ୱଚାରେ ଛୁଞ୍ଚି ପଶିବା ପରେ ଏହା ଭାଙ୍ଗିବନି । ଭବିଷ୍ୟତରେ କୋଭିଡ଼୍ -୧୯ ଟିକାକରଣ ପାଇଁ ମଧ୍ୟ ଏହି ଛୁଞ୍ଚି ବ୍ୟବହାର କରାଯାଇପାରିବ ।

ଏହାର ମୁଖ୍ୟ ପ୍ରଫେସର ତରୁଣକାନ୍ତି ଭଟ୍ଟାଚାର୍ଯ୍ୟ କହିଛନ୍ତି କି ଲସିକା ପ୍ରଣାଳୀ ଇନସୁଲିନ ବିତରଣ କିମ୍ବା କୌଣସି ରୋଗର ମେଡ଼ିକେଶନ ପାଇଁ କରାଯାଇପାରିବ । ଏଥିରେ କର୍କଟ ରୋଗ ଓ କୋଭିଡ଼-୧୯ ଭ୍ୟାକସିନ୍ ମଧ୍ୟ ସାମିଲ ଅଛି । ଏହି ଛୁଞ୍ଚି ଉଚ୍ଚଶକ୍ତି ସମ୍ପନ୍ନ ଗ୍ଲାସ୍ କାର୍ବନ ମାଇକ୍ରୋନିଡ଼ିଲ ଅଟେ । ପଶୁଙ୍କ ଉପରେ ଏହାର ପରୀକ୍ଷଣ ସଫଳ ହୋଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0