ଭୁବନେଶ୍ୱର: ଜମିଜମାକୁ ନେଇ ବିଭିନ୍ନ ସମୟରେ ଆପତ୍ତି ଓ ଅଭିଯୋଗ ଦେଖିବାକୁ ମିଳେ । ଯାହାର ସମାଧାନ ପାଇଁ ଦୀର୍ଘଦିନ ସମୟ ଲାଗିଯାଏ । ଏହା ଘରୋଇ ହେଉ ବା ସରକାରୀ । ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ଓଡିଶା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ ସ୍ଥାପନ ହୋଇଛି। ଭୁବନେଶ୍ୱରର ଫର୍ଚୁନ୍ ଟାୱାରସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟରେ ଏହା କାର୍ଯ୍ୟକ୍ଷମ ହେବ । ଏହା ଜରିଆରେ ଦୀର୍ଘଦିନ ଧରି ପଡି ରହୁଥିବା ମାମଲାର ତ୍ୱରିତ ଶୁଣାଣି ଆଉ ସମାଧାନ ହୋଇପାରିବ । ରହିବେ ଉଭୟ ସରକାରୀ ସଂସ୍ଥା ଓ ଘରୋଇ ବିଲଡର ଏହା ନିୟନ୍ତ୍ରଣରେ ରହିବେ । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ଓରିଏଟ୍’’ ବା ଓଡିଶା ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ ଗଠିତ ହୋଇଛି । ଫଳରେ ଏଣିକି ରାଜ୍ୟର ସମସ୍ତ ରିଅଲ ଇଷ୍ଟେଟ୍ ସମ୍ପର୍କିତ ଆପତ୍ତି ଓ ଅଭିଯୋଗର ଶ୍ରୀଘ୍ର ବିଚାର ହେବ ।

ରିଅଲ ଇଷ୍ଟେଟ୍ ଆଇନ ୨୦୧୬ ଓ ଓଡିଶା ରିଅଲ ଇଷ୍ଟେଟ୍ ନିୟମ ୨୦୧୭ ଆଧାରରେ ଗଠିତ ହୋଇଛି ଏହି ଆପିଲେଟ୍ ଟ୍ରିବ୍ୟୁନାଲ ଓରିଏଟ୍ । ବର୍ତ୍ତମାନ କରୋନା ଯୋଗୁଁ ଭିଡିଓ କନଫରେନ୍ସିଂ ଜରିଆରେ ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଏଥିରେ କ୍ଷତିଗ୍ରସ୍ତ ବ୍ୟକ୍ତି ମଧ୍ୟ ନିଜର ଆପତ୍ତି ଓ ଅଭିଯୋଗ କରିପାରିବେ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ମହକିଲଙ୍କ ସହ ଓକିଲ ଏପରିକି ବିଲଡରମାନେ ମଧ୍ୟ ସ୍ୱାଗତ କରିଛନ୍ତି । ଏହା ମାଧ୍ୟମରେ ଲୋକଙ୍କ କାମ ଅଧିକ ସରଳ ହୋଇଯିବ । ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଅଫିସ ଆସିବାକୁ ପଡ଼ିବ ନାହିଁ । ମାମଲାର ଶୁଣାଣି ପାଇଁ ମାମଲା ନମ୍ବର,ଓକିଲଙ୍କ ନାମ, ଇମେଲ-ଆଇଡି,ମୋବାଇଲ ନମ୍ବର ଏବଂ ହ୍ୱାଟ୍ସାଆପ ନମ୍ବର ଶେୟାର କରିବାକୁ ରେଜିଷ୍ଟ୍ରାର ଅନୁରୋଧ କରିଛନ୍ତି । ଏହା ଦ୍ୱାରା ନିଜର ସମସ୍ତ କାଗଜପତ୍ର ପୈଠ କରି ଅତି ସହଜରେ ସମସ୍ୟାର ସମାଧାନ କରିହେବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0