ଦୀର୍ଘ ସାତଦିନ ଧରି ଓଲାଭର ଟାଉନ କ୍ଲବ ଦ୍ୱାରା ଆୟୋଜିତ ଞ୨୦ ୨୦୨୧ ର ଆଜି ଉଜାପନି ମ୍ୟାଚ । ଏହି ମ୍ୟାଚରେ ଭୁବନେଶ୍ୱର କଳିଙ୍ଗ ସ୍ପୋର୍ସ ଓ କେନ୍ଦ୍ରାପଡା ପାରିନୂଆପଡା ବହୁରୁପା କିର୍କେଟ ଟିମ ମଧ୍ୟରେ ଆୟୋଜିତ ହୋଇ ଯାଇଛି।ମ୍ୟାଚର ପ୍ରଥମାରଦ୍ଦ ରେ ପାରିନୂଆପଡା ଟିମ କୋଡିଏ ଓଭରରେ ୨୨୨ ରନ କରିଥିବା ବେଳେ ଦ୍ଵିତୀୟାଦ୍ଦ ରେ ଭୁବନେଶ୍ୱର କଳିଙ୍ଗ ଟିମ କୋଡିଏ ଓଭରରେ ୨୨୬ ରନ କରି ଏବର୍ଷର ଚମ୍ପିୟାନ ହୋଇଛି।ତେବେ ଏହି ଉଜାପନି ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ବିଜେପି ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗଦେଇ ବିଜୟୀ ଟିମକୁ ଚମ୍ପିୟାନ ଟ୍ରଫି ପଦାନ କରିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଓଲାଭର ଅକ୍ସଫୋର୍ଡ ଇଂଗଲିସ ମିଡିୟମ ସ୍କୁଲର ଅଧଃଖ୍ୟା ଓ ଓଲାଭର ସରପଞ୍ଚ ସ୍ମିତିକା ପରିଡା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ କିର୍କେଟ ଖେଳ ଏକ ଭାଇଚାରା ର ବାର୍ତା ବାଣ୍ଟୁ ଥିବା ଖେଳ ବୋଲି କହିଛନ୍ତି।ତେବେ ଓଲାଭର ଟାଉନ କ୍ଲବ ଦ୍ୱାରା ଆୟୋଜିତ ସାତ ଦିନ ଧରି ଚାଲୁଥିବା ଏହି ଞ୨୦ ଟୁର୍ଣ୍ଣାମେଣ୍ଟ ରେ ପ୍ରତ୍ୟକ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର ଟିମ ମାନେ ଯୋଗଦେଇ ଥାନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0