ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ । ୨୦୧୯ ଠିକ୍ ଆଜିର ଦିନରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ । ଇତି ମଧ୍ୟରେ ୨ ବର୍ଷ ବିତିଯାଇଛି । ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାତୃଭୂମି, ପରିବାର ଓ ପ୍ରିୟଜନ । ୨୦୧୯ ଫେବୃଆରୀ ୧୪ ହଠାତ୍ ଦିନ ଦ୍ୱିପହର ୩. ୩୦ ରେ ଆସିଲା ହୃଦୟ ବିଦାରକ ଖବର । ଜମ୍ମୁ କାଶ୍ମୀର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୧୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ସବୁଦିନ ପରି ଯବାନମାନେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ । ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଞ୍ଚିଛି କି ନାହିଁ ରାସ୍ତାର ଆରପଟୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କ୍ା ଦେଇଥିଲା । କେହି କିଛି ବୁଝିବା ଆଗରୁ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ଆତ୍ମଘାତୀ ଆତଙ୍କୀ ଆଦିଲ୍ ଅହମ୍ମଦ ଡାର ଏହି ଆକ୍ରମଣ କରିଥିବା ସୂଚନା ମିଳିଥିଲା । କେବଳ ସେତିକି ନୁହେଁ ପାକିସ୍ତାନ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ଏହି ଆକ୍ରମଣ କରିଥିବା କଥା ସ୍ୱୀକାର ମଧ୍ୟ କରିଥିଲା । ଏହାର ପ୍ରତିବଦଳରେ ଭାରତୀୟ ସେନା ଫେବୃଆରୀ ୨୬ ରେ ଆତଙ୍କୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ତେବେ ଆଜିର ଦିନରେ ବି ପୁଲୱାମା ଘଟଣାକୁ କେହି ଭୁଲିନାହାନ୍ତି କି ଭୁଲିବେ ନାହିଁ ମଧ୍ୟ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0