ନୁଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏକଦିବସୀୟ (ୱାନ-ଡ଼େ) ମ୍ୟାଚ । ଭାରତୀୟ ସମୟାନୁସାରେ ସଂନ୍ଧ୍ୟା ୫.୩୦ ମିନିଟରେ ଆରମ୍ଭ ହେବାକୁ ଯାଉଛି ଏହି ମ୍ୟାଚ । ଏହି ମ୍ୟାଚରେ ଇଂଲଣ୍ଡ କୁ ଭେଟିବ ଅଷ୍ଟ୍ରେଲିଆ । ଆରମ୍ଭ ହେବାକୁ ଥିବା ଏହି ପ୍ରଥମ ମ୍ୟାଚରେ ଅଧିନାୟକ ହିସାବରେ ଇୟେନ ମାଁର୍ଗନ ଆସିବେ । ଯାହା ଫଳରେ ଦୃତତମ ବୋଲର ଆସିଲେ ମଧ୍ୟ ଇଂଲଣ୍ଡ ଟିମକୁ ମଜବୁତ ମିଳିବ । ନମ୍ବର ୱାନ ବୋଲର ଜେସନ ରାୟ ମଧ୍ୟ ଆହତ ପରେ ପୁଣି ଥରେ କ୍ରିକେଟକୁ ଫେରିଛନ୍ତି । ଓପନିଙ୍ଗରେ ଯାଇଥିବା ବେୟରଷ୍ଟୋଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିବ । ନମ୍ବର ୱାନ ଟି-୨୦ ବୋଲର ବନନେଙ୍କ ସହିତ ବହୁତ ଭଲ ପ୍ରଦର୍ଶନ କରୁଥିବା ଡେଭିଡ ମଲାନଙ୍କୁ ମଧ୍ୟ ବସିବାକୁ ପଡ଼ିପାରେ । ଅନ୍ୟପଟେ ଟି-୨୦ ଜିତିବା ପରେ ଅଷ୍ଟ୍ରେଲିଆ ଟିମ ପୁଣି ଥରେ ମଇଦାନକୁ ଫେରିଛି । କ୍ୟାପଟେନ ଆରୋନ ଫିଞ୍ଚଓ ଡ଼େଭିଡ଼ ୱାର୍ଣ୍ଣର ମ୍ୟାଚର ଓପନର ବ୍ୟାଟ୍ସମ୍ୟାନ ଭାବରେ ପଡ଼ିଆକୁ ଓହ୍ଲାଇବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0