ନୂଆଦିଲ୍ଲୀ: ଖାଉଟିଙ୍କୁ ମହଙ୍ଗା ମାଡ଼ରୁ ରିହାତି ଦେବା ଲାଗି ଦୀପାବଳି ପୂର୍ବରୁ ଆଉ ୨୫,୦୦୦ ଟନ ପିଆଜ ଆସି ପହଞ୍ଚିବ। ସମବାୟ ସଂସ୍ଥା ନାଫେଡ ଏହି ପରିମାଣର ପିଆଜ ଆମଦାନି କରିବ । ପ୍ରଥମ ଦଫାରେ ୧୫,୦୦୦ ଟନ ପିଆଜ ଆମଦାନି ପାଇଁ ନାଫେଡ ଶନିବାର ଆମଦାନିକାରୀଙ୍କ ଠାରୁ ବିଡ ଆହ୍ୱାନ କରିଛି । ଘରୋଇ ବଜାରରେ ପିଆଜ ଦର ଯେମିତି କିଲୋଗ୍ରାମ ପିଛା ୫୦ ଟଙ୍କାକୁ ଖସେ, ସେଥିପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।ନାଫେଡ ପ୍ରଥମ ଦଫାରେ ନଭେମ୍ବର ସୁଦ୍ଧା ୧୫,୦୦୦ ଟନ୍ ପିଆଜ ଆଣିବାକୁ ଲକ୍ଷ୍ୟ ରଖିଛି । ବାକି ୧୦,୦୦୦ ଟନ୍ ଦୀପାବଳି ପୂର୍ବରୁ ହିଁ ଆସିବ । ପ୍ରଥମ ଦଫାରେ ୪୦ରୁ ୬୦ ମିଲିମିଟର ଆକାରର ପିଆଜ କିଣିବାକୁ ନାଫେଡ ଚାହୁଁଛି । ଏହି ପିଆଜ ଦେଶକୁ ଆସିବା ପରେ ଘରୋଇ ବଜାରରେ ଏହାର ଦାମ କିଲୋଗ୍ରାମ ପିଛା ୫୦ ଟଙ୍କା ହେବ ବୋଲି ଆଶା କରାଯାଉଛି । ନାଫେଡ ଆହ୍ୱାନ କରିଥିବା ବିଡ୍ ମୁତାବକ ଆମଦାନିକାରୀଙ୍କୁ ଅତିକମ୍ରେ ୨,୦୦୦ ଟନ୍ ପିଆଜ କିଣିବାକୁ ପଡ଼ିବ । ଏମାନଙ୍କୁ ୫୦୦ ଟନ ଲଟ ହିସାବରେ ପିଆଜ ଉପଲବ୍ଧ କରାଯିବ । ନଭେମ୍ବର ୪ ସୁଦ୍ଧା ବିଡ ଆବେଦନ କରିବାକୁ ହେବ ଏବଂ ସେହିଦିନ ବିଡ ଖୋଲାଯିବ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0