ମାନିଲା: ସାମୁଦ୍ରିକ ଝଡ ‘ଗୋନି’ ଫିଲିପାଇନରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ସୃଷ୍ଟି କରିଛନ୍ତି । ଏଥିରେ ୪ଜଣଙ୍କର ମୃତୁ୍ୟ ଘଟିଛି । ସୂଚନାଅନୁସାରେ, ସାମୁଦ୍ରିକ ଝଡ ଆସିବା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସରକାର ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ଅନ୍ୟପଟେ ଫିଲିପାଇନସ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର କହିବା ଅନୁସାରେ, ଲୁଜୋନ ଦ୍ୱିୀପର ଆଲବେ ଅଞ୍ଚଳରୁ ଆଉ ୨ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସାମୁଦ୍ରିକ ଝୋଡ ‘ଗୋନି’ ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ସର୍ବାଧିକ ୨୨୫ କିଲୋମିଟର ବେଗରେ ପବନ ବହୁଥିଲା । ପରେ ପରେ ଏହା ୩୧୦ କିଲୋମଟରକୁ ବୃଦ୍ଧି ପାଇଥିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0