ବାଲିପାଟଣା : ୨୪ ଘଣ୍ଟାରୁ ଉର୍ଦ୍ଧ ସମୟ ପରେ ମଧ୍ୟ ମିଳିପାରିନାହିଁ ଭିଙ୍ଗାରପୁର ବ୍ରିଜ ନିକଟ କୁଶଭଦ୍ରା ନଦୀରୁ ଉଦ୍ଧାର କରାଯାଇଥିବା ମୃତ ମହିଳାଙ୍କ ପରିଚୟ। ଲାଲ ଏବଂ ହଳଦିଆ ରଙ୍ଗର ସାଢ଼ି ପିନ୍ଧିଥିବା ଏ ମହିଳାଙ୍କ ମୃତ ଦେହ କିପରି ଏସ୍ଥାନକୁ ଆସିଲା ଏଯାଏଁ ଜଣା ପଡିନାହିଁ। ଏନେଇ ବାଲିଅନ୍ତା ଥାନା କିମ୍ବା ଆଖପାଖ ଥାନାରେ ମଧ୍ୟ କୌଣସି ଖୋଜ ଖବର ନାହିଁ ।
ଖବରଅନୁଯାୟୀ, ଗତକାଲି ମୃତଦେହ ଟି ନଦୀରେ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ ଅଗ୍ନିଶମ ବାହିନୀ ସହାୟତାରେ ବାଲିଅନ୍ତା ପୋଲିସ୍ ମୃତ ଦେହ ଉଦ୍ଧାର କରିଥିଲା । କ୍ୟାପିଟାଲ୍ ହସ୍ପିଟାଲରେ ଶବ ବ୍ୟବଛେଦ ପରେ ମୃତ ଦେହକୁ ଚିହ୍ନଟ ପାଇଁ ରଖାଯାଇଛି । ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ଥାନାକୁ ମହିଳାଙ୍କ ଫଟୋ ପଠାଇଛି ବାଲିଅନ୍ତା ପୋଲିସ୍ । ଏହା ଏକ ଦୁର୍ଘଟଣା, ନା ଆତ୍ମହତ୍ୟା ତାର ତଦନ୍ତ କରୁଛି ବାଲିଅନ୍ତା ପୋଲିସ୍ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0