ଭୁବନେଶ୍ୱର: ପେପରଲେସ ହେବ ବିଧାନସଭା। ଏଣିକି ସଚିବାଳୟ ପରି ଓସୱାସ ସଫ୍ଟୱେର ଜରିଆରେ ବିଧାନସଭାର ଫାଇଲ କାମ ହେବ। ସେଥିପାଇଁ ବିଧାନସଭା ସଚିବାଳୟ କର୍ମଚାରୀଙ୍କୁ ଓକାକ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କାମ ଆରମ୍ଭ ହେଉଛି।ପ୍ରାଥମିକ ପର୍ୟ୍ୟାୟରେ ବିଧାନସଭା ଆକାଉଣ୍ଟସ ବିଭାଗ, ଅଫିସ ଏଷ୍ଟାବ୍ଲିସମେଣ୍ଟ, ସାଧାରଣ ଓ ଆନୁସଙ୍ଗିକ ବିଭାଗର କର୍ମଚାରୀଙ୍କୁ ଓସୱାସ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏସବୁ ବିଭାଗର ଏଏସଓ, ଏସଓ, ଡେସ୍କ ଅଫିସର, ଅନୁସଚିବ, ଉପଶାସନ ସଚିବ, ସଚିବଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହାସହିତ ବାଚସ୍ପତି ଓ ଉପବାଚସ୍ପତି ବି ଅନଲାଇନ ଫାଇଲ କାମ ପାଇଁ ପ୍ରଶିକ୍ଷଣ ନେବେ। ଓସୱାସ ନେଟୱାରକ ପାଇଁ ବିଧାନସଭାର ପ୍ରତ୍ୟେକ ବିଭାଗରେ କମ୍ପ୍ୟୁଟର ଲଗାଇବା କାମ ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ ପର୍ୟ୍ୟାୟରେ ବିଧି ବିଭାଗ, ବିଧେୟକ ବିଭାଗ, ଲାଇବ୍ରେରୀ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଦିନ ଧାର୍ୟ୍ୟ କରାଯାଇଛି। ଏବେ ନେଭା ଅପ୍ଲିକେସନ ଜରିଆରେ ବିଧାନସଭାର ସଦସ୍ୟମାନଙ୍କୁ ତାରକା ଓ ଅଣତାରକା ପ୍ରଶ୍ନର ଉତ୍ତର ଯୋଗାଇ ଦିଆଯାଉଛି। ଏଥିପାଇଁ ବିଧାନସଭା ସଦସ୍ୟମାନଙ୍କୁ ଆଇପ୍ୟାଡ ଯୋଗାଇ ଦିଆଯାଇଛି। ଇ-ବିଧାନସଭା କାମ ସମ୍ପୂର୍ଣ୍ଣ କରିବା ପାଇଁ ମୋଟ ୮ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0