spot_img

ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାକୁ ଗାଇଡ୍ ଳାଇନ୍ ଜାରି

ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ଗାଇଡ ଲାଇନ ଜାରି କଲା ୟୁଜିସି । କୌଣସି କ୍ୟାମ୍ପସ୍ ଖୋଲିବା ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସମ୍ପୃକ୍ତ ଅଞ୍ଚଳକୁ ନିରାପଦ ଘୋଷଣା କରିବା ଆବଶ୍ୟକ ବୋଲି ଏଥିରେ ପରାମର୍ଶ ଦିଆଯାଇଛି । ସୁରକ୍ଷା ଏବଂ ସ୍ବାସ୍ଥ୍ୟ ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି ପାଳନ କରାଯାଇ ସମ୍ଭବ ହେଲେ ହଷ୍ଟେଲ ଖୋଲାଯାଇପାରେ ବୋଲି ୟୁଜିସି କହିଛି। ତେବେ ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ୟୁଜିସି ନିର୍ଦ୍ଦେଶ ଦେଇଛି । ସେହିପରି କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ କର୍ମଚାରୀମାନଙ୍କୁ କଲେଜକୁ ଆସିବାକୁ ଅନୁମତି ମିଳିବ ନାହିଁ । ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରମାନଙ୍କୁ ‘ ଆରୋଗ୍ୟ ସେତୁ ଆପ୍’ ମଧ୍ୟ ଡାଉନଲୋଡ୍ କରିବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular