ଇସଲାମାବାଦ: ବହୁ ପ୍ରତୀକ୍ଷାପରେ ପାକିସ୍ତାନରେ ଆନ୍ତର୍ଜାତୀକ କ୍ରିକେଟ ମ୍ୟାଚ ଖେଳାଯିବାର ସୂଚନା ମିଳିଛି । ତେବେ ଆସନ୍ତା ୨୦୨୧ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକା, ନୁ୍ୟଜିଲାଣ୍ଡ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଭଳି ଶ୍ରେଷ୍ଠ କ୍ରିକେଟ ଦଳ ବିପକ୍ଷରେ ପାକିସ୍ତାନ ସିରିଜ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି ବୋଲି ସ୍ପଷ୍ଟ କରିଛି ପାକିସ୍ତାନ । ଏହା ସହ ଦେଶର କ୍ରିକେଟ ବୋର୍ଡ ଗୁଡିକ ସହ ଯୋଗାଯୋଗ କରିବା ସହ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି ରଖିଛୁ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ୱାସିମ ଖାଁ । ଅନ୍ୟପଟେ ୨୦୦୯ରେ ଆତଙ୍କବାଦୀ ଘଟଣା ପରେ କ୍ରିକେଟ ଖେଳୁଥିବା ଦେଶ ଗୁଡିକ ପାକିସ୍ତାନ ଗସ୍ତ କରିବାକୁ ଅମଙ୍ଗ ହେଉଥିଲେ । ଏପରିସ୍ଥଳେ ପାକିସ୍ତାନର ଏପରି ବୟାନ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0