spot_img

ମହାନ ଫୁଟବଲର ପାଓଲୋ ରୋସିଙ୍କ ପରଲୋକ

ରୋମ: ଇଟାଲିର ମହାନ ଫୁଟବଲର ପାଓଲୋ ରୋସିଙ୍କ ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଇଟାଲିର ୧୯୮୨ ବିଶ୍ୱକପ ବିଜୟର ମୁଖ୍ୟ ନାୟକ ସାଜିଥିବା ପାଓଲୋଙ୍କ ମୃତୁ୍ୟ ଖବର ପାଇ ଫୁଟବଲ ପ୍ରେମୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ତେବେ ଏହି ବିଶ୍ୱକପ ମ୍ୟାଚରେ ରୋସି ଏକାକୀ ୬ଟି ଗୋଲ ଦେଇ ସେ ଇଟାଲିକୁ ବିଶ୍ୱବିଜେତା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶକ୍ତିଶାଳୀ ବ୍ରାଜିଲ ବିପକ୍ଷରେ ହ୍ରାଟିକ ଗୋଲ ଦେବା ପରେ ପୋଲାଣ୍ଡ ବିପକ୍ଷ ସେମିଫାଇନାଲରେ ଦୁଇଟି ଯାକ ଗୋଲ ଦେଇଥିଲେ । ସେହିପରି ପଶ୍ଚିମ ଜର୍ମାନି ବିପକ୍ଷରେ ଆଉ ଏକ ଗୋଲ ଦେଇ ଇଟାଲିକୁ ତୃତୀୟ ଥର ପାଇଁ ବିଶ୍ୱକପ ବିଜେତା କରାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular