spot_img

ବଡ ବୟାନ ଦେଲେ PCB ଅଧ୍ୟକ୍ଷ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଏହସାନ ମନୀ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନ୍ସିପ୍ ଫାଇନାଲରେ ପ୍ରବେଶ କରେ ତେବେ ଏସିଆ କପ୍ ୨୦୨୧କୁ ସ୍ଥଗିତ ରଖାଯାଇପାରେ । ସୂଚନାଯୋଗ୍ୟ, ଚଳିତ ବର୍ଷ ଏସିଆ କପ୍ ଆସନ୍ତା ଜୁନ୍ ମାସରେ ଶ୍ରୀଲଙ୍କାରେ ହେବାର ଅଛି । ତେବେ ବିଶ୍ବ ଟେଷ୍ଟ ଚାମ୍ପିୟନ୍ସିପ୍ର ଫାଇନାଲ ମ୍ୟାଚ୍ ଜୁନ ୧୮ରୁ ୨୨ ଯାଏଁ ଇଂଲଣ୍ଡର ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ । ଏହା ସହ ସେ କହିଛନ୍ତି, ଏସିଆ କପ୍ ଗତ ବର୍ଷ ହେବା ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ୨୦୨୧କୁ ସ୍ଥଗିତ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ମଧ୍ୟ ଏପରି ପରିସ୍ଥିତିରେ ଏହା ହୋଇପାରିବା ନେଇ ଆଶଙ୍କା ଦେଖାଦେଇଛି । କାରଣ ବିଶ୍ବ ଟେଷ୍ଟ୍ ଚାମ୍ପିୟନ୍ସିପ୍ର ଫାଇନାଲ ଜୁନ୍ ମାସରେ ହେବ । ସେପେଟେ ଶ୍ରୀଲଙ୍କା କହିଛି ଯେ, ଜୁନ୍ ମାସରେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ କରିବା ପାଇଁ ଚେଷ୍ଟା କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular