ଆଗକୁ ବାହାଘର ଋତୁ ଆସୁଥିବାରୁ ବିଏମସି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ବାହାଘର ଉତ୍ସବରେ ୨୦୦ ଲୋକ ଏକାଠି ହୋଇପାରିବେ । ହେଲେ ସେମାନଙ୍କୁ କରୋନା କଟକଣା ମାନି ସମସ୍ତ କାର୍ୟ୍ୟକ୍ରମ କରିବାକୁ ହେବ । ନଚେତ୍ ହୋଟେଲ କିମ୍ବା ମଣ୍ଡପକୁ ସିଲ୍ କରାଯିବ । ବାହାଘରରେ କୌଣସି ପ୍ରକାରର ଶୋଭାଯାତ୍ରା ହେବନି କି ବାଜା, ଡିଜେ ବାଜିବନି । ବର ବିନା ଶୋଭାଯାତ୍ରାରେ ବିବାହ ମଣ୍ଡପକୁ ଯିବ । ସମସ୍ତେ ଏହାକୁ ମାନିବାକୁ ବାଧ୍ୟ । ଏହାବ୍ୟତୀତ ଯେଉଁମାନେ ବିବାହ କିମ୍ବା କୌଣସି ପ୍ରକାରର ଉତ୍ସବ କରୁଛନ୍ତି ସେମାନେ ବିଏମସିରୁ ଅନୁମତି ନେଇ କାର୍ୟ୍ୟକ୍ରମ କରିବେ ନଚେତ ବିଏମସି ସ୍କ୍ବାଡ ଚଢ଼ଉ କରି ଜରିମାନା ଆଦାୟ ସହ ମଣ୍ଡପ କିମ୍ବା ହୋଟେଲ ସିଲ୍ କରିବ । ବିବାହ ଉତ୍ସବରେ ଯୋଗଦେଉଥିବା ସମସ୍ତ ଲୋକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ୨ମିଟର ସାମାଜିକ ଦୂରତା ରଖିବେ। ମଣ୍ଡପ କିମ୍ବା ହୋଟେଲରେ ବିଭିନ୍ନ ସ୍ଥାନରେ ହାତ ଧୋଇବା ବା ହାତ ବିଶୋଧନ ବ୍ୟବସ୍ଥା ରଖିବାକୁ ହେବ। ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା ପାଇଁ ଯଦି କେହି ଅଳ୍ପ ଲୋକଙ୍କୁ ନେଇ କାର୍ୟ୍ୟକ୍ରମ କରୁଥିବେ ତେବେ ସେ ବିଏମସିରେ ଆବେଦନ କରି ଅନୁମତି ନେଇପାରିବେ । ସେହିପରି ବିଏମ୍ସି ପୂର୍ବରୁ ଗତ ମାର୍ଚ୍ଚ ମାସ ପୂର୍ବରୁ ଯେଉଁ ମଣ୍ଡପଗୁଡ଼ିକ ସିଲ୍ କରାଯାଇଛି ସେଗୁଡ଼ିକୁ ଦେଖି ଲୋକ ମଣ୍ଡପ ବୁକିଂ କରନ୍ତୁ । ଯେଉଁ ମଣ୍ଡପକୁ ଯେଉଁ ନିୟମ ଉଲ୍ଲଂଘନ ପାଇଁ ସିଲ୍ କରାଯାଇଥିଲା ସେମାନେ ଯଦି ତାହା ପୂରଣ କରି ବିଏମ୍ସିରୁ ଏନ୍ଓସି ପାଇଥିବେ ତେବେ ସେଗୁଡ଼ିକୁ ଲୋକ ବୁକିଂ କରିପାରିବେ ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0