କଟକ: ଡି ବ୍ରଦର୍ସଙ୍କ ଘରେ ପୁଲିସର ଛାନଭିନ । ଜେଲ୍ ରେ ଥାଇ ବି ଡି ବ୍ରଦର୍ସ କଟକରେ ବେଧଡ଼କ ଭାବେ ଚଳାଇଥିଲେ ବନ୍ଧୁକ କାରବାର। କିଛି ଦିନ ପୂର୍ବେ ସିଡିଏ ସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ବହୁ ଗୁଳିଗୋଳା ଓ ବନ୍ଧୁକ ଜବତ ହୋଇଥିଲା। ଏହି ଘଟଣାରେ ଆଜିଠୁ ଡି ବ୍ରଦର୍ସଙ୍କୁ ପୁଲିସ୍ ୩ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ତାଙ୍କ ସିଡିଏ ସ୍ଥିତ ଘରେ ପହଞ୍ଚି ତନାଘନା ଚଳାଇଛି। ଜେଲରେ ଥାଇ କଟକରେ କିପରି ଚଳାଇଥିଲେ ବନ୍ଧୁକ କାରବାର, କିଭଳି ଓ କାହା ମାଧ୍ୟମରେ ଚଳାଇଥିଲେ ଏହି ବେଆଇନ୍ କାରବାର, ସେନେଇ ଉଭୟଙ୍କୁ ଜେରା କରାଯାଉଛି
ଗତ ୧୦ ତାରିଖରେ ଧଳ ସାମନ୍ତଙ୍କ ଘରୁ ୭ଟି ବନ୍ଧୁକ ଓ ୧୦୫୫ ରାଉଣ୍ଡରୁ ଅଧିକ ଗୁଳି ଜବତ କରିଥିଲା ପୁଲିସ୍। ଏନେଇ ମାମଲା ରୁଜୁ କରି ଚୌଦ୍ୱାର ପୋଲିସ ଦୁଇ ଭାଇଙ୍କୁ ପକ୍ଷଭୁକ୍ତ କରିଥିଲା। ଏଥିପାଇଁ ଗତକାଲି ବଡ ଭାଇ ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗିର ଜେଲ୍ ଓ ସାନଭାଇ ସୁଶିଲ ଧଳସାମନ୍ତଙ୍କୁ ବାଲେଶ୍ୱର ଜେଲ୍ରୁ ଆଣି କଟକ ଜେଏମଏଫସି ରୁରାଲ୍ କୋର୍ଟରେ ହାଜର କରାଯାଇଥିଲା।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0