spot_img

ଶୋଚନୀୟ ହୋଇପଡୁଛି ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀ

ବ୍ୟୁରୋ ରିପୋର୍ଟ: ଦିନକୁ ଦିନ ଶୋଚନୀୟ ହୋଇପଡୁଛି ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀ । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ପୂଜ୍ୟପୂଜା ସଂସ୍କୃତିର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ । ଗତକାଲି ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ସ୍ଥଳକୁ ଯାଇଥିଲେ । ସେଠାରେ ସେ ଯାହା ଦେଖିଲେ ସେଥିରେ ସେ ଖୁବ୍ ମର୍ମାହତ । ରାତି ୧୧ଟାରେ ନୟାଗଡଠାରେ ଥିବା ଦାଶରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧଞ୍ଜଳି ଦେବା ଅବସରରେ ସେଠାକାର ପରିବେଶକୁ ନେଇ ସେ ଖୁବ୍ ଦୁଖିତ ହୋଇଛନ୍ତି । ‘ସରକାର ଯଦି ମହାପୁରୁଷମାନଙ୍କୁ ଯଥୋଚିତ ସମ୍ମାନ ଦେଇନପାରିବେ ତେବେ ଖୋଲାଖୋଲି କୁହନ୍ତୁ । ମାତ୍ର ସେମାନଙ୍କୁ ଏମିତି ଅସମ୍ମାନିତ କରନ୍ତୁ ନାହିଁ । ସେମାନଙ୍କୁ ଅସମ୍ମାନିତ କରିବାର ଅଧିକାରୀ ସରକାର ପାଇଲେ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ । ଯଦି ଆଗକୁ ଏହି ପରିସ୍ଥିତିର ସମାଧାନ କରାନଯାଏ ତେବେ ଏହାର ତୀବ୍ର ବିରୋଧ କରାଯିବ ବୋଲି ମଧ୍ୟ ସେ କହିଛନ୍ତିି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular