ରାଜକନିକା : ସିନିୟର ଇକୋନୋମିଷ୍ଟ ହେଲେ ଗରିବ ଗୌରାଙ୍ଗ । ରାଜକନିକାର ବାପା ମା ଛେଉଣ୍ଡ ଗୌରାଙ୍ଗ ଆଜି ସିନିୟର ଇକୋନୋମିଷ୍ଟ । ନିଜର ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ ସେ ନିଜ ପରିବାର ଓ ଅଂଚଳ ପାଇଁ ଗୌରବ ଆଣିଦେଇଛି । ଭାଗିରଥ ପଂଚାୟତ ମଙ୍ଗଳପୁର ଗାଁର ଗୌରାଙ୍ଗ ରାଉତ । ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ବାପା ମାଙ୍କୁ ହରାଇଥିଲେ । ପରେ ବେସାହାରା ଗୌରାଙ୍ଗକୁ ଦୁଇ ଭଉଣୀ ସାହାଯ୍ୟ କରିଥିଲେ । ବର୍ତମାନ ସେ ଓଡ଼ିଶା ଷ୍ଟାଫ ସିଲେକସନ ଦ୍ୱାରା ବିବେଚିତ ହୋଇ ସିନିୟର ଇକୋନୋମିଷ୍ଟ ହେବାର ଗୌରବ ହାସଲ କରିଛି । ଓଡ଼ିଶାର ୬୪ ଜଣଙ୍କ ମଧ୍ୟରୁ ୩୪ ସ୍ଥାନରେ ରହିଛି ଗୌରାଙ୍ଗ । ଗୌରାଙ୍ଗଙ୍କ ଏହି ସଫଳତା ପାଇଁ ବନ୍ଧୁ ବାନ୍ଧବ ଏବଂ ସାଙ୍ଗ ସାଥି ମହଲରେ ଆନନ୍ଦର ଲହରୀ ଦେଖା ଦେଇଛି । ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0