ହାଇଦ୍ରାବାଦ: ପୋଷ୍ଟମ୍ୟାନ ହେଲେ ସୁପରସ୍ପେଡର । ତେଲେଙ୍ଗାନା ୱାନାପର୍ତି ଜିଲ୍ଲା ଅନ୍ତର୍ଗତ ଏକ ଛୋଟ ଗାଁ ରେ ୧୦୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାର ଚିନ୍ନଭବାୱି ଜୋନରେ ୧୦ ଦିନ ମଧ୍ୟରେ ୧୦୨ ଟି କରୋନା ଭାଇରସ ପଜିଟିଭ ମାମଲା ପଞ୍ଜିକୃତ କରାଯାଇଛି । ପ୍ରାୟ ୧୦ ଦିନ ତଳେ ଜିଲ୍ଲା ମୁଖ୍ୟାଳୟରୁ ଜଣେ ପୋଷ୍ଟମ୍ୟାନ ଗ୍ରାମବାସୀଙ୍କୁ ପେନସନ୍ ବାଣ୍ଟିବାକୁ ଆସିଥିଲେ । ତାଙ୍କରି ଠାରୁ ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଥିଲା । ପ୍ରଥମେ ସଂକ୍ରମିତ ହୋଇଥିଲେ ପେନସନ୍ ପାଇଥିବା ହିତାଧିକାରୀମାନେ । ତା ପରେ ସଂକ୍ରମିତ ହୋଇଥିଲେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବାକି ଲୋକେ । ଏକଥା ଜାଣିବା ପରେ ଗ୍ରାମବାସୀମାନେ ନିଜେ ଲକଡାଉନ୍ ଘୋଷଣା କରି ସମ୍ପୃକ୍ତ ଜିଲ୍ଲାରେ ନମୁନା ପରୀକ୍ଷା ଏବଂ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ଅଭିଯାନ ଆରମ୍ଭ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0