ଭୁବନେଶ୍ୱର: ଏକ ୱେବ ପୋର୍ଟାଲ ନାଁରେ ଥାନାରେ ଫେରାଦ ହୋଇଛନ୍ତି ପ୍ରକୃତି ମିଶ୍ର । ତାଙ୍କ ଚରିତ୍ରକୁ କଦର୍ଯ୍ୟ କରି ଦର୍ଶାଇବା ସହ ତାଙ୍କ ପରିବାର ଲୋକଙ୍କ ବିରୋଧରେ ବି ଆପତ୍ତିଜନକ ମନ୍ତବ୍ୟ ନେଇ ମଞ୍ଚେଶ୍ୱର ଥାନାରେ ମାନହାନୀ ମାମଲା ରୁଜୁ କରିଛନ୍ତି । ୱେବ ପେଜରେ ଏଭଳି ବିଭ୍ରାନ୍ତକର ଖବରକୁ ନେଇ ବାରମ୍ବାର କଲ୍ ଆସୁଥିବାରୁ ସେ ଓ ତାଙ୍କ ପରିବାର ଲୋକ ବିଚଳିତ ଓ ମାନସିକ ଚାପଗ୍ରସ୍ତ ଅଛନ୍ତି । କୈାଣସି ଏକ ବ୍ରାଣ୍ଡ୍ କୁ ପ୍ରମୋସନ କରିବା ତାଙ୍କ ବୃତ୍ତି । କିନ୍ତୁ ଏହାକୁ ନେଇ ସଂପୃକ୍ତ ନ୍ୟୁଜ ପୋର୍ଟାଲ କଦର୍ଯ୍ୟ ଭାବରେ ଉପସ୍ଥପନ କରିଥିବାରୁ ପ୍ରକୃତି ଏଫଆଇଆରରେ ଦର୍ଶାଇବା ସହ ଏହା ଉପରେ କଠୋର କର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏ ନେଇ ପ୍ରକୃତି ପ୍ରତିକ୍ରିୟା ରଖିଛନ୍ତି ଯେ, ସେ କିଛିଦିନ ତଳେ ଗୋଟିଏ ବ୍ରାଣ୍ଡ୍ ପାଇଁ ପ୍ରମୋଶନ କରିଥିଲେ । ତାଙ୍କ ସହ କେତେକ ବଲିଉଡ ଏବଂ ଓଲିଉଡର କଳାକାର ମାନେ ମଧ୍ୟ ଏମିତି ବିଜ୍ଞାପନ କରିଛନ୍ତି । ସେମାନେ ସବୁ ଗାଇଡଲାଇନ ମାନି ସୋସିଆଲ ମିଡିଆ କ୍ୟାମ୍ପେନିଂ ମଧ୍ୟ କରିଥିଲେ । କିନ୍ତୁ କିଛି ୱେବ ପୋର୍ଟାଲ ତାଙ୍କୁ ଖରାପ ଭାବରେ ଉପସ୍ଥପନା କରିଛନ୍ତି । କେବଳ ତାଙ୍କୁ ନୁହେଁ ତାଙ୍କ ପରିବାରକୁ ମଧ୍ୟ ଆପତ୍ତିଜନକ କଥା ଲେଖାଯାଇଥିଲା ଯାହାକୁ ନେଇ ସେ ଏବଂ ତାଙ୍କ ପରିବାର ମାନସିକ ଚାପରେ ଅଛନ୍ତି । ତେବେ ଏହି ୱେବ ପୋର୍ଟାଲ କାହାର ଏବଂ ତାହାକୁ କିଏ ଚଳାଉଥିଲା ସେ ନେଇ କୈାଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0