spot_img

କୃଷି ବିଲକୁ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ: ବହୂ ହଟ୍ଟଗୋଳ ମଧ୍ୟରେ ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିଲା କୃଷି ବିଲ । ତେବେ ଏହି କୃଷି ବିଲ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥିଲା । ଆଜି ରାଷ୍ଟ୍ରପତି ଏହି ବିଲକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ ଆଇନରେ ପରିଣତ ହୋଇଛି । ଉଲ୍ଲେଖଯୋଗ୍ୟ, ଏହି କୃଷି ବିଲ ଲୋକସଭାରେ ପାରି ହେବା ପରେ ରାଜ୍ୟସଭାରେ ବିରୋଧି ଦଳ ସମେତ ଅନେକ ଦଳ ଏହି ଆଇନକୁ ବିରୋଧ କରିଥିଲେ । ରାଜ୍ୟସଭାରେ ଅନେକ ହଟ୍ଟଗୋଳ କରିବା ସହିତ ମାଇକ ମଧ୍ୟ ଭାଙ୍ଗିଥିଲେ । ଏହି କାରଣରୁ ରାଜ୍ୟସଭାର ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡ଼ୁ ୮ ଜଣ ସାଂସଦଙ୍କୁ ଗୃହରୁ ୭ ଦିନ ପାଇଁ ନିଲମ୍ବିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular