spot_img

ଖୁବଶୀଘ୍ର ଖୋଲିବ ପ୍ରାଇମେରୀ ସ୍କୁଲ

ଭୁବନେଶ୍ୱର: ଖୋଲିବ ପ୍ରାଇମେରୀ ସ୍କୁଲ । ଖୁବଶୀଘ୍ର ସ୍କୁଲକୁ ଫେରିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ଟିକା ଆସିବା ପରେ ଆଶ୍ୱସ୍ତି ଆସିଛି । ତେଣୁ SRC ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ହେଉଛି ଏସଓପି । ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ଖୁବଶୀଘ୍ର ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଆସନ୍ତା ୮ ତାରିଖରେ ଖୋଲିବ ନବମ ଓ ଏକାଦଶ କ୍ଲାସ । ଏଥିପାଇଁ ସବୁ ବନ୍ଦୋବସ୍ତ କରାଯାଇଛି । ଶିକ୍ଷକ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଅବସରପ୍ରାପ୍ତ ଶିକ୍ଷକ ବି ନିୟୋଜିତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ସୀମର ଦାସ । ଦଶମ ଶ୍ରେଣୀ ପରି ରବିବାର କିନ୍ତୁ କ୍ଲାସ ହେବନି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular