ଦିଦିଙ୍କ ଗଡ଼ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ପ୍ରଚାର ରାଲିରେ ଯୋଗ ଦେଇ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗକୁ ନିର୍ବାଚନ ଥିବା ବେଳେ କୋଲକାତାର ଐତିହାସିକ ‘ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ୍’ରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଦିଦି ପଶ୍ଚିମବଙ୍ଗବାସୀଙ୍କ ସ୍ବପ୍ନ ଚୁନା କରିଛନ୍ତି। ପଶ୍ଚିମବଙ୍ଗବାସୀ ଅସଲ ପରିବର୍ତ୍ତନ ଚାହାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।ପଶ୍ଚିମବଙ୍ଗର ଗତ କିଛି ବର୍ଷ ମଧ୍ୟରେ ଯେତିକି ଉନ୍ନତି ହେବା କଥା, ସେତିକି ହୋଇ ନଥିବା କହି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡ ପୂର୍ବରୁ ଦେଶର ଅନେକ ଘଟଣାର ସାକ୍ଷୀ ହୋଇଛି। ପଶ୍ଚିମବଙ୍ଗବାସୀ ନିଜ ରାଜ୍ୟରେ ଶାନ୍ତି ଏବଂ ପ୍ରଗତି ଆଣିବାକୁ ଚାହାନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0