spot_img

ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କ ନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଏନସିବି

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନସିବି ଡ୍ରଗ୍ସ ଲିଙ୍କ ନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏମିତିକି ଏନସିବିର ମୁଖ୍ୟ ସମୀର ଓ୍ୱାନଖେଡେ ଅଦାଲତରେ ଚାର୍ଜସିଟ୍ ଦାଖଲ ପାଇଁ ନିଜେ ପହଞ୍ଚିଥିଲେ। ଏନସିବି ପାଖାପାଖି ୩୦ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜଶିଟ୍ କୋର୍ଟରେ ଦାଖଲ କରିଛି। ଏଥିରେ ୧୨ହଜାର ପୃଷ୍ଠାର ହାର୍ଡ କପି ଓ ସିଡି ପ୍ରମାଣ ଅଛି। ଚାର୍ଜଶିଟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ୩୩ଜଣଙ୍କ ନାଁ ରହିଛି। ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍, ଦିପେଶ ସାୱନ୍ତ, ସାମୁଏଲ ମିରାଣ୍ଡା, କ୍ଷୀତିଜ ପ୍ରସାଦ ଏବଂ କିଛି ଡ୍ରଗ୍ସ ପ୍ୟାଡଲରଙ୍କ ନାଁ ମଧ୍ୟ ଚାର୍ଜଶିଟରେ ରହିଛି। ଗତ ବର୍ଷ ଅଗଷ୍ଟ ମାସରେ ଏନସିବି ଡ୍ରଗ୍ସ ମାମଲାରେ ଏଫଆଇଆର୍ ଦାଖଲ କରିଥିଲା। ଏହାର ୧୮୦ ଦିନ ଅର୍ଥାତ ୬ମାସ ପରେ ଆଜି ଏନସିବି ପୂରା କେସ୍ ର ଚାର୍ଜଶିଟ୍ କୋର୍ଟରେ ଦାଖଲ କରିଛି। ଚାର୍ଜଶିଟରେ ଏନିସିବି ଯେଉଁମାନଙ୍କ ନାଁ ରହିଛି, ସେ ସମସ୍ତଙ୍କୁ ଏନସିବି ଗିରଫ କରିଥିଲା। ଚାର୍ଜଶିଟରେ ଅଭିଯୁକ୍ତଙ୍କ ଡାଟା ରେକର୍ଡ କପି, ବ୍ୟାଙ୍କ ଷ୍ଟେଟମେଣ୍ଟ, କ୍ରେଡିଟ୍ କାର୍ଡ, ଡେବିଡ୍ କାର୍ଡ ଓ ଟ୍ରାଭେଲିଂ ଡିଟେଲ୍ସ ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular