ଏଥର ବି ହେବନି ବିଶ୍ୱ ପ୍ରସିଦ୍ଧ ମାନସରୋବର ଯାତ୍ରା । ୧୯୮୧ ମସିହାରୁ ହୋଇଆସୁଥିଲା ଏହି ଯାତ୍ରା । କିନ୍ତୁ କରୋନା ସଙ୍କଟ ଦୁନିଆର ସବୁଠାରୁ ବଡ ଧାର୍ମିକ ଯାତ୍ରାକୁ ବନ୍ଦ କରିଦେଇଛି।ତ ବର୍ଷ ଭଳି ଏଥର ବି କୈଳାସ ଯାତ୍ରା ସମ୍ଭବ ହେଲା ଭଳି ଜଣାପଡ଼ୁନାହିଁ। ବିଶେଷକରି ଏହି ସମୟରେ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। କିନ୍ତୁ ଏଥର ବିଦେଶ ମନ୍ତ୍ରାଳୟ ସ୍ଥରରୁ କିମ୍ବା କୁମାଉଁ ମଣ୍ଡଳ ବିକାଶ ନିଗମ ଯାତ୍ରା ପାଇଁ କିଛି ପ୍ରସ୍ତୁତି କରିନାହାନ୍ତି। ସେଥିପାଇଁ ଏଥର ବି ମାନସରୋବର ଯାତ୍ରା ହେବନାହିଁ ବୋଲି ଆଶଙ୍କା କରାଯାଉଛି। ପ୍ରଥମଥର ଲଗାତାର ଦୁଇ ବର୍ଷ ହେଲା ମାନସରୋବର ଯାତ୍ରା ହେବନାହିଁ।କୁମାଉଁ ମଣ୍ଡଳ ବିକାଶ ନିଗମ ଅଧ୍ୟକ୍ଷ କେଦାର ଯୋଶୀ କହିଛନ୍ତି ଯେ ଏଥର କୈଳାସ ଯାତ୍ରା ବାଣିଜ୍ୟ ସ୍ଥରରେ ଆୟୋଜିତ କରାଯିବାକୁ ସେ ପୁରା ଚେଷ୍ଟା କରୁଛନ୍ତି। ଏହି ଯାତ୍ରା ଆରମ୍ଭ ହେଲେ ବିଶ୍ୱ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀର ବିକାଶ ହେବା ସହ ଚୀନ ଓ ନେପାଳ ସଂଲଗ୍ନ ଅଞ୍ଚଳଗୁଡିକ ମଧ୍ୟ ମାନ୍ୟତା ପାଇବ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0