ଘରକୁ ବାହୁଡିଲେ କୃଷକ । ପାର୍ଲାମେଣ୍ଟରେ ନୂଆ କୃଷି ଆଇନ ରଦ୍ଦ ପରେ କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଦିଲ୍ଲୀ ବର୍ଡରେ ବସିଥିବା ଆନ୍ଦୋଳନରତ ଚାଷୀମାନେ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦୀର୍ଘ ବର୍ଷେ ପରେ କୃଷକଙ୍କ ଦାବି ପୂରଣ ହେବା ପରେ ଏବେ ଏମାନେ ଆନ୍ଦୋଳନରୁ ଉଠିଛନ୍ତି । ଆଜି କୃଷକମାନେ ବିଜୟ ଉତ୍ସବ ପାଳନ କରିବାକୁ ଏକ ରାଲି ବାହାର କରିବେ । ଏହାପରେ ସେମାନେ ଆନ୍ଦୋଳନ ସ୍ଥଳ ଖାଲି କରିବେ । ବିଜୟ ରାଲିରେ ସାମିଲ ହେବା ଲାଗି ପଞ୍ଜାବ ଓ ହରିୟାଣାରୁ ପ୍ରାୟ ୫୦୦ ଟ୍ରାକ୍ଟର-ଟ୍ରଲି କୁଣ୍ଡଲି ସୀମାରେ ପହଞ୍ଚିଛି । ଆଜି ସୀମାରେ ଶେଷ ଲଙ୍ଗର ପରେ ବିଜୟ ରାଲି ବାହାର କରି ନିଜ ନିଜ ଘରକୁ ବାହୁଡିଯିବେ ଆନ୍ଦୋଳନରତ ଚାଷୀ । ଆଉ ଘର ବାହୁଡିବାକୁ କୃଷକମାନେ ସେମାନଙ୍କ ଜିନିଷ ପତ୍ର ପ୍ୟାକିଂ କରିସାରିଛନ୍ତି । ରାସ୍ତା କଡରୁ ଟେଣ୍ଟ ଉଠାଇବା ବେଳେ ପଞ୍ଜାବୀ ଗୀତଗାଇ ଉତ୍ସବ ମନାଉଥିବହା ଦେଖିବାକୁ ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0