spot_img

ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବା ଲାଗି ଦିଲ୍ଲୀ ଶାଖାରେ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବା ପାଇଁ ଦଳ ପକ୍ଷରୁ ଦିଲ୍ଲୀ ଶାଖାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି । ଆଗାମୀ ଏପ୍ରିଲ ଓ ମେ’ରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହା ପରେ କଂଗ୍ରେସର ସାଂଗଠନିକ ନିର୍ବାଚନ କାର୍ଯ୍ୟସୂଚୀ ସ୍ଥିର କରିବା ନିମନ୍ତେ ଦଳର କାର୍ଯ୍ୟକାରୀ କମିଟି ପୂର୍ବରୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କ୍ଷମତା ପ୍ରଦାନ କରିଥିଲା । ତେବେ ଜୁନ ସୁଦ୍ଧା କଂଗ୍ରେସ ଜଣେ ନିର୍ବାଚିତ ଅଧ୍ୟକ୍ଷ ପାଇବ ବୋଲି ସିଡବ୍ଲୁ୍ୟସି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular