spot_img

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଶୋଷଣ ଷଡ଼ଯନ୍ତ୍ର ମାମଲା ବନ୍ଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଓ ରାଜ୍ୟସଭା ସାଂସଦ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଥିବା ଶାରିରିକ ଶୋଷଣ ଷଡ଼ଯନ୍ତ୍ର ମାମଲାକୁ ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପିଠ କହିଛନ୍ତି ଯେ, ମାମଲା ବହୁତ ପୁରୁଣା ହୋଇଥିବାରୁ ଏହାକୁ ବନ୍ଦ କରାଯାଉଛି । ପୂର୍ବତନ ବିଚାରପତି ଜଷ୍ଟିସ ଏ କେ ପଟ୍ଟନାୟକ କମିଟିକୁ ସୁପ୍ରିମକୋର୍ଟ ମାମଲାର ତଦନ୍ତ କରିବାକୁ କହିଥିଲେ । ତେବେ ଜଷ୍ଟିସ ଗୋଗୋଇଙ୍କୁ ଆଗରୁ ସର୍ବୋଚ୍ଚ ଅଦାଲତ କ୍ଲିନ୍ ଚିଟ୍ ଦେଇଥିବା କାରଣରୁ ଶାରିରିକ ଶୋଷଣ ମାମଲାର ତଦନ୍ତ କରାଯାଇ ନାହିଁ ବୋଲି କମିଟି ସୁପ୍ରିମକୋର୍ଟଙ୍କୁ ସୂଚିତ କରିଥିଲେ । ଅନ୍ୟପକ୍ଷରେ ଅଦାଲତ ମାମଲା ବନ୍ଦ କରିବାକୁ ଆଦେଶ ଦେଇ କହିଛନ୍ତି ଯେ, ଏଥିରେ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କାକୁ ମଧ୍ୟ ନଜର ଅନ୍ଦାଜ କରାଯାଇ ପାରିବ ନାହିଁ । କାରଣ ଜଷ୍ଟିସ ଗୋଗୋଇ ଆସାମରେ ଏନଆରସି ସମେତ ଅନେକ କଠିନ ଓ ବିବାଦୀୟ ମାମାଲାରେ ରାୟ ଦେଇଥିଲେ । ତେଣୁ ବହୁତ ଲୋକ ତାଙ୍କ ଉପରେ ଅସନ୍ତୁଷ୍ଠ ଥିଲେ । ଏହି କାରଣରୁ ତାଙ୍କୁ ବଦନାମ କରିବା ପାଇଁ ଉଦ୍ୟମ ହେବାର ଆଶଙ୍କା ମଧ୍ୟ ରହିଛି । ଏଭଳି ସନ୍ଦେହ ପାଇ ଅଦାଲତ ଆଇବି ରିପୋର୍ଟର ଉଲ୍ଲେଖ କରିଥିଲେ । ତେବେ ସୁପ୍ରିମକୋର୍ଟ ଆଜି ଏହି ମାମଲାକୁ ବନ୍ଦ କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular