ମୁମ୍ବାଇ: ବାୟୋପିକ ଟ୍ରେଣ୍ଡରେ ପୁଣି ଏକ ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ଯାହାର ନିର୍ଦେଶନା ଦେଇଛନ୍ତି କବିର ଖାନ । କବିର ଖାନ, ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ, ଦୀପିକା ପାଦୁକୋନ ଏବଂ ସାଜିଦ ନ।ଦିଆୱାଲା ମିଳିତ ଭାବେ ଏହାକୁ ପ୍ରସ୍ତୁତ କରୁଛନ୍ତି । ଏହି ସ୍ପୋର୍ଟସ୍ ଡ୍ରାମା ଫିଲ୍ମର ମୁଖ୍ୟ ଭୂମିକାରେ ରଣବୀର ସିଂହ ଥିବା ବେଳେ ତାଙ୍କ ଅପୋଜିଟ୍ ରେ ରହିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଏହି ଫିଲ୍ମ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି କପିଲ ଦେବଙ୍କ ଜୀବନ କାହାଣୀ ଉପରେ ଆଧାରିତ । ୧୯୮୩ ମସିହାରେ କପିଳ ଦେବଙ୍କ ଅଧିନାୟକତ୍ୱରେ ଭାରତ କ୍ରିକେଟ୍ ବିଶ୍ୱକପ୍ ବିଜୟୀ ହୋଇଥିଲା । ଜୁନ ୫, ୨୦୧୯ରୁ ଏହାର ସୁଟିଂ ଆରମ୍ଭ ହୋଇଯାଇଛି । ୨୦୨୦ ଏପ୍ରିଲ ୧୦ ତାରିଖରେ ଥିଏଟରରେ ରିଲିଜ୍ ହୋଇଥାଆନ୍ତା । ମାତ୍ର କରୋନା ପାଇଁ ଏହି ଫିଲ୍ମ ସ୍ଥଗିତ ଅଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0