spot_img

ନବରାତ୍ରିରେ କାହିଁକି ହୁଏ କନ୍ୟାପୂଜା..

ବ୍ୟୁରୋ ରିପୋର୍ଟ: ସାଧାରଣତଃ ନବରାତ୍ରି ସମୟରେ କନ୍ୟାପୂଜା କରାଯାଇଥାଏ . ବିଶେଷ କରି ୨ରୁ ୧୦ ବର୍ଷର କନ୍ୟାମାନଙ୍କୁ ଏହି ସମୟରେ ଭୋଜନ କରାଇବା ସହ ଦାନ ଦିଆଯାଇଥାଏ . ବୟସ ଅନୁସାରେ ଝିଅମାନଙ୍କ ଭିନ୍ନଭିନ୍ନ ଦେବୀଙ୍କ ସ୍ବରୂପ ମନେକରାଯାଇଥାଏ . ୨ ବର୍ଷର କନ୍ୟାକୁ କୁମାରୀକା କୁହାଯାଏ, ସେହିପରି ୩ ବର୍ଷର କନ୍ୟାକୁ କୁହାଯାଏ ତ୍ରିମୂର୍ତ୍ତି, ୪ ବର୍ଷର କନ୍ୟାକୁ କଲ୍ୟାଣୀ, ୫ ବର୍ଷର କନ୍ୟାକୁ ରୋହିଣୀ, ୬ ବର୍ଷର କନ୍ୟାକୁ କୁହାଯାଏ କାଳିକା . ୭ ବର୍ଷର କନ୍ୟାକୁ ଚଣ୍ଡିକା, ୮ ବର୍ଷର କନ୍ୟାକୁ ସାମ୍ଭବୀ, ୯ ବର୍ଷର କନ୍ୟାକୁ ଦୁର୍ଗା ଏବଂ ୧୦ ବର୍ଷର କନ୍ୟାକୁ କୁହାଯାଏ ଶୁଭଦ୍ରା .

Kumari Puja

ଏତେ ଅଳ୍ପ ବୟସରେ ଏହି କନ୍ୟାମାନଙ୍କ ମନରେ କୌଣସି ଖରାପ ଭାବନା ଆସିନଥାଏ . ସେମାନଙ୍କ ମନରେ ସମସ୍ତଙ୍କ ପାଇଁ ପ୍ରେମ ଆଉ ଭଲ ପାଇବା ଥାଏ . ସେଥିପାଇଁ ସେମାନଙ୍କୁ ନବରାତ୍ରି ସମୟରେ ଦେବୀଙ୍କ ସ୍ବରୂପ ମନେ କରି ପୂଜା କରାଯାଏ . ଏହି ସମୟରେ ସେମାନଙ୍କୁ ମନଭରି ଖାଇବାକୁ ଦିଆଯାଏ, ତାପରେ ସେମାନଙ୍କ ପାଦ ଧୋଇଦିଆଯାଇ ଏକ ଆସନରେ ବସିବାକୁ ଦିଆଯାଏ . ବିଧିଅନୁସାରେ ସେମାନଙ୍କୂ ପୂଜା କରାଯାଏ, ପରେ ଶ୍ରଦ୍ଧା ଅନୁସାରେ ଦକ୍ଷିଣା ଦିଆଯାଏ . ଦକ୍ଷିଣାରେ ଫଳ ଏବଂ ବସ୍ତ୍ର ମଧ୍ୟ ଦିଆଯାଏ . ନବରାତ୍ରି ସମୟରେ କନ୍ୟାପୂଜା କଲେ ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି .

LEAVE A REPLY

Please enter your comment!
Please enter your name here

- Advertisment -

Most Popular