ପୁଣି କମିଲା ସୁନା ଦାମ। ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି। ଭାରତୀୟ ବଜାରରେ ଲଗାତାର ୮ ଦିନ ହେଲା ସୁନା ଦାମ ହ୍ରାସ ପାଇଛି। ଶୁକ୍ରବାର ଦିନ ଏମସିଏକ୍ସରେ ସୁନା ଦାମ ୦.୩ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମକୁ ୪୪ ହଜାର ୪୦୦ ଟଙ୍କାରେ ପହଞ୍ଚିଛି। ରୁପା ଦାମ ମଧ୍ୟ ହ୍ରାସ ପାଇଛି। ରୁପା ଦାମ ୦.୬ ପ୍ରତିଶତ ହ୍ରାସ ପାଇ କିଲୋ ପ୍ରତି ୬୫ ହଜାର ୫୨୩ ଟଙ୍କାରେ ପହଞ୍ଚିଛି।ଦିଲ୍ଲୀ ବଜାରରେ ଗୁରୁବାର ଦିନ ସୁନା ଦାମ ୪୪ ହଜାର ୫୮୯ ଟଙ୍କା ଥିଲା। ସୁନା ଦର ଗତ ୧୦ ମାସର ନିମ୍ନ ସ୍ଥରରେ ପହଞ୍ଚିଛି। ଗତ ୧୦ ମାସରୁ ଏବେ ସୁଦ୍ଧା ସୁନା ଦର ପାଖାପାଖି ୧୨ ହଜାର ହ୍ରାସ ପାଇଛି। ୨୦୨୦ ଅଗଷ୍ଟ ମାସରେ ସୁନା ଦାମ ରେକର୍ଡ ସ୍ଥର ୫୬ ହଜାର ୨୦୦ ଟଙ୍କାରେ ପହଞ୍ଚିଥିଲା।ବିବାହ ଋତୁରେ ସୁନା ଦାମ ହ୍ରାସ ପାଇବାରୁ ସୁନା ଚାହିଦା ବୃଦ୍ଧି ପାଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0