ରିଲାନ୍ସ ନିଜର ୪୩ତମ ବାର୍ଷିକ ଆଲୋଚନା(ଆନୁଆଲ ମିଟିଂ)ରେ ଗୁଗଲ୍ ଏବଂ ଜିଓ ମିଶି ସବୁଠାରୁ ଶସ୍ତା 5Gଫୋନ ମାର୍କେଟ ଆଣିବା ପାଇଁ ଘୋଷଣା କରିଛି । ମୁକେଶ ଅମ୍ବାନୀ ରିଲାନ୍ସର ଆନୁଆଲ ମିଟିଂରେ କହିଛନ୍ତି, ଜିଓ ଏକ ସମ୍ପୂର୍ଣ୍ଣ ରୂପେ 5G ସଲ୍ୟୁସନ ପ୍ରସ୍ତୁତ କରିଛି, ଯାହା ଆସନ୍ତା ବର୍ଷ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ରୋଲ ଆଉଟ୍ କରାଯିବ । ଏହି ରୋଲ୍ ଆଉଟ୍ ସରକାରଙ୍କ ତରଫରୁ 5G ସ୍ପେକ୍ଟ୍ରମ ଉପଲବ୍ଧ କରିବା ପରେ କରାଯିବ । ସରକାରଙ୍କ ପକ୍ଷରୁ ସ୍ପେକ୍ଟ୍ରମ ଉପଲବ୍ଧ କରାଯିବା ପରେ ଜିଓ ପ୍ଲେଟଫର୍ମ ଦୁନିଆର ଦ୍ୱିତୀୟ ଟେଲିକମ ଅପରେଟର୍ସଙ୍କୁ 5G ସଲ୍ୟୁସନ ଏକ୍ସପୋର୍ଟ କରିପାରିବ ।
ଜିଓ ଏବଂ ଗୁଗଲ୍ ର ପାର୍ଟନରସିପ୍:
ଗୁଗଲ୍ ସିଓ(CEO) ସୁନ୍ଦର ପିଚଇ କହିଛନ୍ତି, ଭାରତ ଭଳି ଦେଶରେ ସମସ୍ତଙ୍କ ପାଖରେ ଇଣ୍ଟରନେଟ ରହିବା ଆବଶ୍ୟକ । ଏଥିସହ ସିଓ କହିଛନ୍ତି ଜିଓ ଏବଂ ଗୁଗଲ୍ର ପାର୍ଟନରସିପ୍ ଦ୍ୱାରା ସ୍ମାର୍ଟଫୋନ ନଥିବା ଭଳି ଲକ୍ଷ ଲକ୍ଷ ଭାରତୀୟଙ୍କୁ ଇଣ୍ଟରନେଟ୍ ର ସୁବିଧା ମିଳିପାରିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0