spot_img

କିଆକଟା ତ୍ରୀବେଣୀ ଛକରେ ସଡ଼କ ସୁରକ୍ଷା ସଚେତନତା

ଆଠମଲ୍ଲୀକ : ଆଠମଲ୍ଲୀକ ବ୍ଲକର କିଆକଟା ତ୍ରୀବେଣୀ ଛକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । କିଆକଟା ପୋଲିସ ଓ ମେଗା ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ଼ ମିଳିତ ଆନୁକୁଲ୍ୟରେ ପାଳନ କରାଯାଇଥିଲା । ତ୍ରିବେଣୀ ଛକ ଠାରୁ କିଆକଟା ମହାନଦୀ ବ୍ରିଜ୍ ପର୍ଯ୍ୟନ୍ତ ସଚେତନତା ରାଲି କରାଯାଇଥିଲା । ଆଇ.ଆଇ.ସି ଅନାମ ଲାକ୍ରା ରାସ୍ତାରେ ଯାଉଥିବା ବାଇକ ଆରୋହୀ ମାନଙ୍କୁ ଗୋଲାପ ଦେଇ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ କିଆକଟା ଥାନା ଭାରାପ୍ରାପ୍ତ ଅଧିକାରୀ ଅନାମ ଲାକ୍ରା , ଆଇ ଆର୍ ବି ହାବିଲଦାର କ୍ଷେତ୍ରବାସୀ ନାଏକ , ମେଗା ପ୍ରକଳ୍ପ ର ମୁଖ୍ୟ କୁ. କୁ ଗନ୍ ସାଇଟ୍ ଇନ୍ ଚାର୍ଜ ଅଜୟ କୁମାର ରାଉତରାୟ , ଯୋଜନା ଯନ୍ତ୍ରୀ ଅନିଲ କଇଥା , ସୁରକ୍ଷା ଯନ୍ତ୍ରୀ ଦେବାଶିଷ ଚୌଧୁରୀ , ସିଲୁ ଥମ୍ବା, ଭବାନୀ ଶଙ୍କର , ଆଡ ମିନ୍ ମନୋଜ୍ ସ୍ୱାଇଁ ସତ୍ୟଜିତ ମହାନ୍ତି ପ୍ରମୁଖ କାର୍ୟ୍ୟକ୍ରମ ରେ ଯୋଗ ଦେଇ ଲୋକ ମାନଙ୍କୁ ସଚତେନତା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular