ପାରାଦୀପ: ପଇସା ଦେଲେ ମିଳିବ କୋଭିଡ ନେଗେଟିଭ ସାର୍ଟିଫିକେଟ। ପାରାଦୀପ ଅଭୟଚାନ୍ଦପୁର ଥାନା ପୁଲିସ ଦ୍ୱାରା ଜଣେ ଗିରଫ ହୋଇଥିବା ଅଭିଯୁକ୍ତ ଡାଳିମ୍ବପୁରର କାଳିନ୍ଦୀ ତରାଇଙ୍କ ଘଟଣା ଏହି କଥାକୁ ସ୍ପଷ୍ଟ ପ୍ରମାଣିତ କରିଛି। ଭାରତୀୟ ତୈଳ ବିଶୋଧନାଗାରକୁ ଶ୍ରମିକମାନେ ଡିଉଟି କରିବା ପାଇଁ ଯିବାକୁ ହେଲେ କୋଭିଡ ନେଗେଟିଭ ସାର୍ଟିଫିକେଟର ଆବଶ୍ୟକତା ହେଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ଦୀର୍ଘ ଦିନ ହେବ ଏହାର ବେଶ ଫାଇଦା ଉଠାଇ ଚାଲିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଏହି ଘଟଣାର ପର୍ଦ୍ଦାଫାସ କରି ବ୍ୟବହୃତ କମ୍ପ୍ୟୁଟର ଲାପଟପ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ୩୦ ଟଙ୍କାରେ ଶ୍ରମିକମାନଙ୍କୁ କୋଭିଡ ନେଗେଟିଭ ସାର୍ଟିଫିକେଟ ଦେଉଥିବା ଜଣାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0