spot_img

ଏକାଠି ନଜର ଆସିବେ ବାଦଶାହ ଓ ଭାଇଜାନ

ଦୀର୍ଘ ସମୟ ବ୍ୟବଧାନରେ ପୁଣି ଗୋଟିଏ ପରଦାରେ ନଜର ଆସିବେ ବଲିଉଡର ବାଦଶାହ ଓ ଭାଇଜାନ । ଅପକମିଂ ଫିଲ୍ମ ‘ପଠାନ’ରେ ଏକାଠି ନଜର ଆସିବେ ଶାହାରୁଖ ଓ ସଲମନ ଖାନ । ରିପୋର୍ଟ ଅନୁସାରେ ଶାହାରୁଖଙ୍କ ଫିଲ୍ମ ‘ପଠାନ’ ରେ ସଲମାନ କେମୋ ରୋଲରେ ଦେଖାଦେବେ । ମୁମ୍ବାଇର ୟଶରାଜ ଫିଲ୍ମ ଷ୍ଟୁଡିଓରେ ଏହାର ଶୁଟିଂ କରାଯିବ । ଏହି କରନ ଅର୍ଜୁନଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିବେ ବୋଲି ଅନୁମାନ କରାଯାଉଛି । ବଲିଉଡ୍ ବାଦ୍ଶାହ ଶାହରୁଖ୍ ଖାନ୍ ଓ ଭାଇଜାନ୍ ସଲ୍ମାନ୍ ଖାନ୍ଙ୍କୁ ପୁଣିଥରେ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଏନେଇ ଆଜି ବି-ଟାଉନ୍ରେ ଚର୍ଚ୍ଚା ଜୋର୍ ଧରିଛି। ଚଳଚ୍ଚିତ୍ରରେ ଶାହରୁଖ୍ଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ଓ ସଲ୍ମାନ୍ ଏଥିରେ କେମିଓ (ଅତିଥି କଳାକାର) ଭାବେ ନଜର ଆସିବେ। ମିଳିଥିବା ସୂଚନା ମୁତାବକ, ଚଳଚ୍ଚିତ୍ରରେ ଦୀପିକା ପାଦୁକୋଣ ଶାହରୁଖ୍ଙ୍କ ବିପକ୍ଷରେ ଅବତୀର୍ଣ୍ଣ ହେବେ। ଏଥିସହ ଅଭିନେତା ଜନ୍ ଇବ୍ରାହମ୍ଙ୍କୁ ଏଥିରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ତେବେ ଚଳଚ୍ଚିତ୍ରର ଶୀର୍ଷକ ବିଷୟରେ ଏବେ କୌଣସି ସୂଚନା ମିଳିନାହିଁ। ଏହା କେବେ ମୁକ୍ତିଲାଭ କରିବ ବି ନିର୍ମାତାମାନେ ଘୋଷଣା କରିନାହାନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular