spot_img

ଆଜିଠୁ ଖୋଲିଲା ଶିମିଳିପାଳ

କୋଭିଡ କଟକଣା ଭିତରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ପ୍ରକଳ୍ପ କର୍ତ୍ତୃପକ୍ଷ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳିକୁ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ଏଠାକୁ ଦୈନିକ ସର୍ବାଧିକ ୩୫ଟି ଚାରି ଚକିଆ ଯାନ କଳିଆଣି ତନଖି ଫାଟକ ଯଶୀପୁର ଓ ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ଦେଇ ଭିତରକୁ ପ୍ରବେଶ କରିପାରିବ ।ଏଥିପାଇଁ ପ୍ରତିଦିନ ସକାଳ ୬ଟାରୁ ୯ଟା ପର୍ୟ୍ୟନ୍ତ କାଉଣ୍ଟରରେ ଟିକଟ ବୁକିଂ ଚାଲିବ । ଯାତ୍ରୀ ନିବାସରେ ରାତ୍ରୀ ଯାପନ ପାଇଁ ପର୍ୟ୍ୟଟକମାନେ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ ଇକୋ ଟୁର ଓଡିଶା ଡଟ କମ୍ ୱେବସାଇଟରେ ବୁକିଂ କରି ପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular