spot_img

ମତଦାନ ପାଇଁ ୧୨ଟି ବିକଳ୍ପ ପରିଚୟପତ୍ର

ଆସନ୍ତା ୩ ତାରିଖରେ ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ। ଭୋଟ ଗ୍ରହଣ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥି ପାଇଁ ୧୨ଟି ବିକଳ୍ପ ପରିଚୟ ପତ୍ରର ତାଲିକା ଦେଖାଇ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରୁ ଜାରି ହୋଇଛି । ମତଦାନ କରିବା ପାଇଁ ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫଟୋ ଥିବା ସରକାରୀ ଚାକିରି କ୍ଷେତ୍ରର ପରିଚୟ ପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସର ପାସବୁକ, ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ବାସ୍ଥ୍ୟ ବୀମା ସ୍ମାର୍ଟକାର୍ଡ, ସାଂସଦ ଓ ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର, ଏମଏନଆରଜିଏର ଜବକାର୍ଡ, ଫଟୋ ଥିବା ପେନସନ ଦସ୍ତାବିଜ, ଏନପିଆର ସ୍ମାର୍ଟକାର୍ଡ, ପାସପୋର୍ଟ, ପାନ କାର୍ଡ ଓ ଆଧାର କାର୍ଡ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular