କୋଲକାତା: ପଶ୍ଚିମବଙ୍ଗର ଏକ ଦମ୍ପତିଙ୍କ ବିବାହ ନିମନ୍ତ୍ରଣର ଖାଦ୍ୟ ମେନୁ କାର୍ଡ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। କାର୍ଡଟି ଆଧାରକାର୍ଡ ପରି ଡିଜାଇନ ହୋଇଛି। ଚିତ୍ରଟିକୁ ପ୍ରଥମେ ଫେସବୁକରେ ପୋଷ୍ଟ କରାଯାଇଥିଲା ଏବଂ ସେବେଠାରୁ ଏହା ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ଭାବରେ ପ୍ରସାରିତ ହୋଇଚାଲିଛି। ଏ ନେଇ ବର ଗୁଗୁଲ ସାହା ଓ କନ୍ୟା ସୁବର୍ଣ୍ଣା ଦାସ କୁହନ୍ତି କି ସେମାନଙ୍କ ବିବାହ ମେନୁ କାର୍ଡ ଯେଉଁଭଳି ଭାବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାହା ଦେଖି ସେମାନେ ଖୁବ ଆନନ୍ଦିତ। ଏହି କାର୍ଡ ତିଆରିବାକୁ ନେଇ ସମସ୍ତ ଶ୍ରେୟ ନିଜ ପତ୍ନୀଙ୍କୁ ଦେଇଛନ୍ତି ଗୁଗଲ। ସେ କହିଛନ୍ତି କି ‘ଯେହେତୁ ଆମେ ଡିଜିଟାଲ ଇଣ୍ଡିଆର ସମର୍ଥକ, ତେଣୁ ଭାବିଲୁ ଯେ ଏହାଠାରୁ ଭଲ ସମର୍ଥନ ଆଉ କିଛି ହୋଇନପାରେ।’



Visitors Today : 1
Total Visitors : 130301
Total Views : 9891804
Visitors Online Now : 0