spot_img

କଂଗ୍ରେସର ବରିଷ୍ଠ ନେତା ସଲମନ ଖୁର୍ସିଦ ସୋନିଆଙ୍କ ସର୍ମଥନରେ

 କଂଗ୍ରେସରେ ନେତୃତ୍ବ ସଙ୍କଟ ମଧ୍ୟରେ ଦଳ 2 ଭାଗ ହେବା ପରି ସ୍ଥିତିରେ ଥିବା ବେଳେ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି ବରିଷ୍ଠ ନେତା ସଲମାନ ଖୁର୍ସିଦ । କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁରସିଦ କହିଛନ୍ତି ଯେ ସୋନିଆ ଗାନ୍ଧୀ ଏହି ପଦବୀରେ ଥିବାରୁ କଂଗ୍ରେସ ପାଇଁ କୌଣସି ନିର୍ବାଚିତ ଅଧ୍ୟକ୍ଷଙ୍କ ଆବଶ୍ୟକତା ନାହିଁ। ତେଣୁ ତାଙ୍କୁ ନେତୃତ୍ବ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ମଧ୍ୟ କ୍ଷମତା ଦିଆଯାଇଛି ।

ସଲମାନ ଖୁର୍ସିଦ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଗାନ୍ଧୀ ପରିବାରର ଜଣେ ଘନିଷ୍ଠ ନେତା ଭାବରେ ପରିଗଣିତ । ଖୁର୍ସିଦ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ବିଦ୍ରୋହୀ ନେତା ତାଙ୍କ ସହ ଯୋଗାଯୋଗ କରିଥାନ୍ତେ, ତାହେଲେ ମଧ୍ୟ ସେ ଚିଠିରେ ଦସ୍ତଖତ କରିନଥାନ୍ତେ । ସୋନିଆ ଗାନ୍ଧୀଙ୍କଠାରୁ ଏହି ସଂଗଠନରେ ବ୍ୟାପକ ପରିବର୍ତ୍ତନ ପାଇଁ ଦାବି କରାଯାଇଛି। ଚିଠିରେ ପୂର୍ଣ୍ଣକାଳୀନ ନେତୃତ୍ବ ପାଇଁ ଏକ ଦାବି ମଧ୍ୟ ଉଠାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular