ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହୋଇସାରିଛି । ଏହି ସମୟରେ ଅଧିକାଂଶ ଲୋକ ଓଦାରୁ ରକ୍ଷା ପାଇବା ପାଇଁ ଛତା କିମ୍ବା ରେନିକୋଟ୍ ବ୍ୟବହାର କରିଥାନ୍ତି । କିନ୍ତୁ କେବେ କେବେ ଲୋକମାନେ ଏହାକୁ ସାଥିରେ ନେବାକୁ ଭୁଲି ଯାଇଥାନ୍ତି ଏବଂ ବର୍ଷାରେ ମଧ୍ୟ ଭିଜି ଯାଇଥାନ୍ତି । ଲୋକମାନେ ଓଦା ହେବା ସହ ସେମାନଙ୍କ ସ୍ମାର୍ଟ ଫୋନ ମଧ୍ୟ ଓଦା ହୋଇଯାଇଥାଏ । ଯଦି ଆପଣଙ୍କ ସହ କେବେ ଏଭଳି ଘଟଣା ଘଟୁଛି ତେବେ ଆପଣ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଏହିକାରଣରୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବିଷୟରେ ଜଣାଇବୁ ଯାହା ଜରିଆରେ ଆପଣ ଓଦା ହୋଇଯାଇଥିବା ଫୋନକୁ ଠିକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ଟିପ୍ସ ।
-ଯଦି ଆପଣଙ୍କ ଫୋନ ବର୍ଷାରେ ଓଦା ହୋଇଯାଇଥାଏ ଏବଂ ଅନ୍ ହୋଇଥାଏ ତେବେ ଆପଣ ସର୍ବପ୍ରଥମେ ଫୋନ୍ କୁ ବନ୍ଦ କରିଦିଅନ୍ତୁ । ବାରମ୍ବାର ଅନ୍ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଫୋନରେ ସର୍ଟସର୍କିଟ ହେବାର ଭୟ ରହିନଥାଏ ଏବଂ ଫୋନ ମଧ୍ୟ ଖରାପ ହୋଇନଥାଏ ।
-ଫୋନ ଓଦା ହେବା ପରେ ଏହାର ବ୍ୟାଟେରୀ, ମେମୋରୀ କାର୍ଡ ଏବଂ ସିମ୍ କାର୍ଡକୁ ବାହାର କରିଦିଅନ୍ତୁ । ଯଦି ଆପଣଙ୍କ ଫୋନ ନନ୍-ରିମୁୱେବଲ ବ୍ୟାଟେରୀ ହୋଇଥାଏ, ତେବେ ଏହାଦ୍ୱାରା ସର୍ଟସର୍କିଟ ହେବାର ଭୟ ରହିଥାଏ । ଏହିକାରଣରୁ ଆପଣ ଫୋନକୁ ହେୟାର ଡ୍ରାୟର ସାହାଯ୍ୟରେ ସୁଖାନ୍ତୁ ଏବଂ ଫୋନରେ ଦେଖାଯାଉଥିବା ପାଣିକୁ ସଫା କପଡା କିମ୍ବା ପେପର୍ ନାପକିନ୍ ସାହାଯ୍ୟରେ ପୋଛନ୍ତୁ ।
-ଯଦି ଆପଣଙ୍କ ପାଖରେ ହେୟାର ଡ୍ରାୟର ନଥାଏ ତେବେ ଫୋନକୁ ଚାଉଳରେ ରଖିଦିଅନ୍ତୁ । କିନ୍ତୁ ଧ୍ୟାନ ରଖିବେ ଯେପରି ହେଡଫୋନ୍ ଭିତରକୁ ଚାଉଳ ନପଶେ । ଫୋନକୁ ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ସୁଖିବାକୁ ଛାଡିଦିଅନ୍ତୁ ।
-ଏବେ ସ୍ମାର୍ଟଫୋନ ସମ୍ପୂର୍ଣ୍ଣ ରୂପେ ସୁଖିବା ପରେ ପୁଣି ଥରେ ଅନ୍ କରନ୍ତୁ । ଯଦି ଫୋନ୍ ଅନ୍ ନହୁଏ ତେବେ ଚାର୍ଜିଂରେ ଲଗାନ୍ତୁ । ଏହାପରେ ଯଦି ସମସ୍ୟା ଦେଖାଯାଇଥାଏ ତେବେ ଆପଣ କୌଣସି ମୋବାଇଲ ରିପେୟାର ଦୋକାନକୁ ଯାଇପାରିବେ । କିମ୍ବା ସିଧା ମୋବାଇଲ୍ ସର୍ଭିସ ସେଣ୍ଟରକୁ ଯାଇ ମୋବାଇଲ ଠିକ୍ କରିପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0