ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ରାଜ୍ୟର ୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ି ଠାରେ ରାତ୍ରି-ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି ।ଅପରପକ୍ଷରେ କୋରାପୁଟରେ ରାତ୍ରି ତାପମାତ୍ର ୯.୫ ଡିଗ୍ରୀ, ବଲାଙ୍ଗୀରରେ ୯.୮ ଡିଗ୍ରୀ, ଏବଂ ଭବାନୀପାଟଣାରେ ୯.୮ ଡିଗ୍ରୀ ଥିବା ଜଣାଯାଇଛି । ତେବେ ଭୁବନେଶ୍ୱରରେ ଏହା ୧୩.୦ ଏବଂ କଟକରେ ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ୭ ତାରିଖ ଭିତରେ ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତର ପ୍ରକୋପ କିଛି ବଢ଼ିବ । ମାତ୍ର ଏହା ଦକ୍ଷିଣ ଉପକୂଳରେ ଅପରିବର୍ତ୍ତିତ ରହିବ। ୯ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢ଼ିବା ଆରମ୍ଭ କରିବ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0