spot_img

ସନ୍ନୀ ଲିଓନୀ ସ୍ୱାମୀଙ୍କ ଗାଡି ନମ୍ବର ବ୍ୟବହାର କରି ଗିରଫ ହେଲେ ଅଭିଯୁକ୍ତ

ମୁମ୍ବାଇ: ସନ୍ନୀ ଲିଓନୀଙ୍କ ସ୍ୱାମୀ ଡାନିଏଲ ୱେବରଙ୍କ ସହ ଜଡିତ ଏକ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇର ଭର୍ସୋଭା ସହରରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବେଆଇନ ଭାବେ ଡାନିଏଲଙ୍କ କାର ନମ୍ବର ବ୍ୟବହାର କରିଥିବା ଅଭିଯୋଗରେ ପୋଲିସ ଏହି ବ୍ୟକ୍ତି ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ମହାରାଷ୍ଟ୍ର କାସରଭଡଭଲିର ପୀୟୁଷ ସେନ୍ ବୋଲି ଜଣାପଡିଛି । ସେ ସନ୍ନୀ ଲିଓନୀଙ୍କ ସ୍ୱାମୀ ଡାନୀଏଲ୍ ଙ୍କ କାରର ପଞ୍ଜୀକୃତ ନମ୍ବର ତାଙ୍କ ମର୍ସିଡିଜ୍, ପାଇଁ ବ୍ୟବହାର କରୁଥିଲେ । ସନ୍ନୀ ଲିଓନୀଙ୍କ ଡ୍ରାଇଭର ଏହି କାର ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ କହିଛି, ସନ୍ନୀ ଲିଓନୀଙ୍କ ଡ୍ରାଇଭର ଫୋନରେ ସୂଚନା ଦେଇଥିଲେ ତାଙ୍କ ଗାଡି ଭଳି ଆଉ ଏକ ସମାନ ଗାଡି ଭର୍ସୋଭା ଅଞ୍ଚଳର ଏକ ଡାକ୍ତରଖାନା ନିକଟରେ ଥୁଆ ହୋଇଛି, ଯାହାର ନମ୍ବର ମଧ୍ୟ ସନ୍ନିଙ୍କ ଗାଡି ନମ୍ବର ସହ ସମାନ । ଏହା ପରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଗାଡିରେ ବସିଥିବା ବ୍ୟକ୍ତିଙ୍କୁ ଗାଡି କାଗଜ ପତ୍ର ଦେଖାଇବାକୁ କୁହାଯିବାରୁ, ସମସ୍ତ ମାମଲା ଜଣା ପଡିଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular