spot_img

ପର୍ଣ୍ଣ ଷ୍ଟାରଙ୍କ ଉଦାହରଣ ଦେଇ ପୁଣି ଉର୍ମିଳାଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା

ମୁମ୍ବାଇ: ନୂଆ ଟୁଇଟରରେ ଉର୍ମିଳାଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି କଙ୍ଗନା । କହିଛନ୍ତି ‘ଲିବରାଲ ବ୍ରିଗେଡ ଦିନେ ଜଣେ ଜଣାଶୁଣା ଲେଖକଙ୍କର ଭର୍ଚୁଆଲ ଲିଚିଂ କରି ତାଙ୍କୁ ଚୁପ୍ କରିଥିଲେ । ଯିଏ କହିଥିଲେ ସନ୍ନି ଲିଓନି ଆମର ରୋଲ ମଡେଲ ହେବା ଉଚିତ୍ ନୁହେଁ । ସନ୍ନିଙ୍କୁ ଇଣ୍ଡଷ୍ଟ୍ରି ଓ ଦେଶ ଜଣେ କଳାକାର ଭାବେ ଗ୍ରହଣ କରିଛି । ହଠାତ୍ ଫର୍ଜି ଫେମିନିଷ୍ଟଙ୍କୁ ପର୍ଣ୍ଣଷ୍ଟାର ସମ୍ବୋଧନ ଅପମାନ ଲାଗୁଛି ।’ ଯଦି ସନ୍ନିଙ୍କୁ ଦେଶ ଓ ଇଣ୍ଡଷ୍ଟ୍ରୀ ଜଣେ କଳାକାରଭାବେ ଗ୍ରହଣ କରିସାରିଛି ତେବେ ଏଭଳି ଶଦ୍ଧକୁ ନେଇ ଏତେମାତ୍ରାରେ ବିରୋଧ କାହିଁକି କରାଯାଉଛି । ଅନ୍ୟଏକ ଟୁଇଟରେ ଊର୍ମିଳାଙ୍କ ସମର୍ଥକଙ୍କୁ ମଧ୍ୟ କଡ଼ା ଜବାବ ଦେଇ କଙ୍ଗନା ଲେଖିଛନ୍ତି ଫର୍ଜି ଫେମିନିଜମ ବା ନାରୀବାଦ କେଉଁଠି ଥିଲା, ଯେବେ ଊର୍ମିଳା ତାଙ୍କୁ ଗାଉଁଳି ଝିଅ ଓ ଚରିତ୍ରହୀନ ବୋଲି କହିଥିଲେ । ତେବେ କଙ୍ଗନାଙ୍କ ଟୁଇଟର ଜବାବ ରଖିଛନ୍ତି ସନ୍ନି ଲିଓନି । ମଜାଳିଆ ଅନ୍ଦାଜରେ ସନ୍ନି ଲେଖିଛନ୍ତି- କିଛି ଲୋକ ଆପଣଙ୍କ ବିଷୟରେ କମ ଜାଣନ୍ତି କିନ୍ତୁ ବହୁତ କିଛି ବଡ ବଡ କଥା କୁହନ୍ତି । ସେପଟେ ଟ୍ୱିଟ କରି ଉର୍ମିଳାଙ୍କ ଅଭିନୟ ଟ୍ୟାଲେଣ୍ଟକୁ ପ୍ରଶଂସା କରିଛନ୍ତି ରାମ ଗୋପାଳ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular