spot_img

ସୁଶାନ୍ତଙ୍କ ବାୟୋପିକକୁ ବିରୋଧ କଲେ ତାଙ୍କ ପରିବାର ଲୋକ

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଅନ୍ୟପଟେ ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଦୁଇଟି ବାୟୋପକ ଫିଲ୍ମ ନିର୍ମାଣ ହେବାର ଘୋଷଣା କରାଯାଇଥିଲା । ତେବେ ସୁଶାନ୍ତଙ୍କ ବାୟୋପିକକୁ ନେଇ ତାଙ୍କ ପରିବାର ଲୋକ ବିରୋଧ କରିଛନ୍ତି । ଅନ୍ୟପଟେ ସୁଶାନ୍ତଙ୍କ ପିତା କେକେ ସିଂହଙ୍କ କହିବା ଅନୁସାରେ, ପରିବାରର ବିନା ଅନୁମତିରେ କୌଣସି ବି ଫିଲ୍ମ ସୁଶାନ୍ତଙ୍କ ଉପରେ ନିର୍ମାଣ ହେବ ନାହିଁ । ଏପରିକି କୌଣସି ୱେବ ସିରିଜ କି ବହି ମଧ୍ୟ ଲେଖା ଯାଇପାରିବ ନାହିଁ । ଏଥିପାଇଁ ତାଙ୍କ ବାପା ଓ ଭଉଣୀଙ୍କର ଅନୁମତି ଦରକାର ବୋଲି ସେ ସ୍ଫଷ୍ଟ କରିଛନ୍ତି । ଇତି ମଧ୍ୟରେ ସୁଶାନ୍ତଙ୍କ ବାୟୋପିକର ଫାଷ୍ଟ ଲୁକ ଜାରି କରାଯାଇଥିଲା । ଏହି ଫିଲ୍ମର ନାମ ‘ଶଶାଙ୍କ’ ଥିଲା ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular