spot_img

ବ୍ୟାରିକେଡ୍‌କୁ ଧକ୍କା ଦେଇ ରାଷ୍ଟ୍ରପତି ଭବନ ଭିତରକୁ ପଶିଲା କାର

ଦେଶର ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ତାହା ପୁଣି ଏମିତି ସେମିତି ସ୍ଥାନରେ ନୁହେଁ ବରଂ ରାଷ୍ଟ୍ରପତି ଭବନରେ । କଡା ସୁରକ୍ଷା ବଳୟରେ ଥିବା ରାଷ୍ଟ୍ରପତି ଭବନ ପରିସରକୁ ରାତି ପ୍ରାୟ ସାଢେ ୧୧ଟା ସମୟରେ ଏକ କାର ଧସେଇ ପସିଥିଲା । କାର ଦୁଇ ଜଣ ଯୁବକ ଯୁବତୀ ଥିବା ବେ​‌​ଳେ ନିଶାକ୍ତ ଅବସ୍ଥାରେ ଥିବା ଜଣାପଡିଛି । ରାଷ୍ଟ୍ରପତି ଭବନ ଗେଟ୍‌ ନମ୍ବର-୩୫ ନିକଟରେ ବ୍ୟାରିକେଡ୍‌ ଲାଗିଥିବା ପରେ ବି କାର୍‌ଟି ଧସେଇ ପଶିଥିଲା । ଗୋଟିଏ କି ଦୁଇଟି ନୁହେଁ ୩ଟି ବ୍ୟାରିକେଡ୍‌କୁ ଧକ୍କା ଦେଇ କାରଟି ଭିତରକୁ ଧସେଇ ପଶିଥିଲା । ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ଏହା ଦେଖି ତାଜୁବ ହୋଇଯାଇଥିଲେ । ଏହି ଘଟଣାରେ ଦିଲ୍ଲୀ ପୋଲିସ ସଙ୍ଗମ ବିହାର ଅଞ୍ଚଳର ଶିବମ ନାମକ ଜଣେ ଯୁବକ ଏବଂ ଉତ୍ତରାଖଣ୍ଡ ଅଞ୍ଚଳର ଜଣେ ଯୁବତୀଙ୍କୁ ଗିରଫ କରିଛି । ଉଭୟଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି । ସେମାନେ କେଉଁ ଉଦ୍ଦେଶ୍ୟ ନେଇ ରାଷ୍ଟ୍ରପତି ଭବନ ଗେଟ୍‌ ବ୍ୟାରିକେଡ୍‌କୁ ଧକ୍କା ଦେଇ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ସେ ନେଇ ଖୋଳତାଡ କରୁଛି ଦିଲ୍ଲୀ ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular