ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଭାରତ ସହ ସମ୍ପର୍କ ଯୋଡ଼ିବା ପାଇଁ ପ୍ରୟାସ କରିଛି ତାଲିବାନ। ଆଫଗାନିସ୍ତାନର ଇସଲାମିକ୍ ଏମିରେଟର ନୂତନ ଶାସକ ଭାରତର ଡିଜିସିଏକୁ ଏହି ଚିଠି ଲେଛଖିଛନ୍ତି । ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଦିଆଯାଇଥିବା ଏହି ଚିଠି ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କାର୍ଯ୍ୟକାରୀ ମନ୍ତ୍ରୀ ଅଲହାଜ ହେମିଦୁଲ୍ଲା ଅଖୁନଜଡା ଲେଖିଛନ୍ତି। ସେପ୍ଟେମ୍ବର ୭ ତାରିଖରେ ଏହି ଚିଠି ହୋଇଛି। ସେଥିରେ ଲେଖାଯାଇଛି, ଆପଣ ଅବଗତି ଥିବେ ଯେ, ଆମେରିକା ସେନା ପ୍ରତ୍ୟାହାର ପୂର୍ବରୁ କାବୁଲ ବିମାନ ବନ୍ଦରକୁ ଅକାମି କରିଦିଆଯାଇଥିଲା । ଆଫଗାନିସ୍ତାନକୁ ଅକ୍ତିଆରକୁ ନେବା ପରେ ଭାରତ ସହ ସମସ୍ତ ପ୍ରକାର ବ୍ୟାବସାୟିକ ସମ୍ପର୍କ ଚ୍ଛିନ୍ନ କରି ଥିଲା ତାଲିବାନ୍ । ତାଲିବାନର ଭାରତ ସହ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀରେ ରୋକ ଲଗାଇଥିଲା। ପାକିସ୍ତାନ ଦେଇ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆମଦାନୀ, ରପ୍ତାନୀ ହୋଇଥାଏ । ହେଲେ ଏବେ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍ ଦେଇ ଚଳାଚଳ କରୁଥିବା କାର୍ଗୋ ଉପରେ ରୋକ ଲାଗିଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0