ଚେନ୍ନାଇ: ତାମିଲନାଡୁର କୃଷିମନ୍ତ୍ରୀ ଆର.ଦୋରଇକନ୍ନୁଙ୍କ କରୋନାରେ ସଂକ୍ରମିତ ହୋଇ ପରଲୋକ ଘଟିଛି । ତେବେ ଚେନ୍ନାଇ କାବେରୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ସୂଚନା ଅନୁସାରେ, ଦୋରଇକନ୍ନୁ କୋଭିଡ-୧୯ରେ ସଂକ୍ରମିତ ହେବା ପରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ସିଟି ସ୍କାନ ରିପୋର୍ଟ ଅନୁସାରେ, ତାଙ୍କ ଫୁସଫୁସ ୯୦ ପ୍ରତିଶତ ସଂକ୍ରମିତ ହୋଇଥିଲା ଓ ତାଙ୍କୁ ଆଇଏସଏମଓ ଏବଂ ଭେଣ୍ଟିଲେଟରରେ ରଖାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0