କେନ୍ଦ୍ରାପଡା: ବ୍ୟାଙ୍କ ପରିଚାଳକଙ୍କୁ ହତ୍ୟା ଧମକ ଦେଲେ ଦୁବୃର୍ତ୍ତ । ରାଜନଗର ବ୍ଲକ ଅନ୍ତର୍ଗତ କଟକ ସମବାୟ ଲିଃ ଶାଖାରେ ଇତିଶ୍ରୀକାନ୍ତ ସ୍ୱାଇଁ ପରିଚାଳକ ଭାବେ କାର୍ଯ୍ୟ କରନ୍ତି । ଇତିଶ୍ରୀ କୌଣସି ଜରୁରୀ କାମରେ ବାହାରକୁ ଯାଇଥିବା ବେଳେ ଫିରିକଦାଣ୍ଡି ଗାଁର କିଛି ଲୋକ ଲୋନ୍ ନେବାକୁ ବ୍ୟାଙ୍କକୁ ଆସିଥିଲେ । ଶାଖାରେ ପରିଚାଳକ ନଥିବାରୁ ଅସଭ୍ୟ ଭାସାରେ ଗାଳି ଗୁଲଜ କରିଥିଲେ ଦୁର୍ବୃତ୍ତ । ଇତିଶ୍ରୀ ବ୍ୟାଙ୍କରେ ପହଞ୍ଚିବା ପରେ ଶୀଘ୍ର ଲୋନ ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଭଳିକି ଇତିଶ୍ରୀଙ୍କୁ ପିଟିବାକୁ ମଧ୍ୟ ପଛାଇନଥିଲେ ସେମାନେ । ଏ ନେଇ ରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିଚାଳକ ଇତିଶ୍ରୀ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ସେମାନଙ୍କୁ ଗିରଫ ନ କରିବାରୁ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ୍ଟ ସୃଷ୍ଟି ହୋଇଛି । ଯଦି ୭ ଦିନ ମଧ୍ୟରେ ପୋଲିସ ସେମାନଙ୍କୁ ଗିରଫ ନ କରେ ତେବେ ରାଜନଗର ବ୍ଲକର ୧୪ଟି ପ୍ରାଥମିକ ସମବାୟ ସମିତିର କର୍ମଚାରୀମାନେ କଲମଛାଡ ଆନେ୍ଦାଳନ କରିବାକୁ ଚେତାବନି ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0