ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ ତରଫରୁ ମୋ ଖତ ବିକ୍ରୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର | ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କ୍ଷୁଦ୍ର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରର ଆବର୍ଜନାରୁ ପ୍ରସ୍ତୁତ ହେଉଛି ଏହି ଖତ | ଏହାକୁ କ୍ରୟ କରିବା ପାଇଁ କୃଷି ଜଙ୍ଗଲ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରଥେମେ ଆଗ୍ରହ ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ କିନ୍ତୁ ଜନସାଧାରଣଙ୍କୁ କିଣିବାର ସୁଯୋଗ ଦେଇଛି | କିଲୋ ଗ୍ରାମ ପ୍ରତି୨୫ ଟଙ୍କାରେ ଏହା କୁ ବିକ୍ରୟ କରାଯାଉଛି | (ବି .ଏମ .ସି ) ର ବିଭିନ୍ନ ୱାର୍ଡ ରେ ୪୩ ଟି ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର ନିର୍ମାଣ କରିବାକୁ ଥିବାବେଳେ ଏଯାବତ ୭ ଟି କାର୍ୟ୍ୟକ୍ଷମ ହୋଇଛି | ଉକ୍ତ କାର୍ୟ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମ ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0