ପାଣିରେ ଭାସୁଛି ଚାଷୀଙ୍କ ବର୍ଷ କର ଆହାର, ଚିନ୍ତାରେ ଚାଷୀ, ଲଗାଣ ବର୍ଷା ରେ ଜମିରେ ଚାଲୁଛି ଆଣ୍ଠୁଏ ପାଣି , ଏପରି ଦୃଦଶା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ, ଆଉ ଦିନ କେଉଁଟା ପରେ ଜମିରୁ ପାଚିଲା ଧାନ କଟା ହୋଇ ଖଳାକୁ ଅସିଥାନ୍ତା, ହେଲେ ଏତିକି ବେଳେ ଦାଉ ସାଜିଲା ଲଘୁଚାପ ଜନିତ ଅଦିନିଆ ଲଗାଣ ବର୍ଷା, କେତେକ ସ୍ଥାନରେ ଧାନ ଗଛ ଗୁଡିକ ପାଣିରେ ପଡି ଯିବାରୁ ଧାନ ସବୁ ଗଜା ହୋଇ ଗଲାଣି,ଗଣିଆ ବ୍ଲକ ରେ ବିଭିନ୍ନ ଅଂଚଳ ରେ ଚାଷୀଙ୍କ ଦୁର୍ଦଶା ଦ୍ଵିଗୁଣ କରିଛି ବର୍ଷା, ଲଗାଣ ବର୍ଷା ଯୋଗୁ ଏ ବର୍ଷ ଧାନ ଅମଳ ର ଆଶା ଛାଡି ଦେଇଛନ୍ତି, ଏସବୁ ଘଟଣା କୁ ନେଇ ଆମ ନ୍ୟୁଜ୬ଓଡ଼ିଆ ରିପୋଟର ତା ୧୩/୧୧/୨୧ରିଖରେ ପ୍ରସାର କଲା ପରେ ଗଣିଆ କୃଷି ଅଧିକାରୀ ଓ ଗ୍ରାମସେବକ ମାନେ ବିଭିନ୍ନ ଗ୍ରାମ କୁ ଯାଇ ଧାନ ଚାଷ କରିଥିବା ଚାଷୀ ମାନଙ୍କୁ ଭେଟି ଚାଷ ଜମିକୁ ଯାଇ କ୍ଷୟ କ୍ଷତି ଆକଳନ କରିବା ସହିତ ଗଜା ଧାନ ଦେଖିଥିଲେ, ତୁରନ୍ତ ପ୍ରଶାସନ ଅଧିକାରୀ ମାନେ ସଠିକ ଭାବରେ ପ୍ରଭାବିତ ଚାଷ ଜମି ର ସ୍ଥିତି ଅନୁଧ୍ୟାନ କରି କ୍ଷତି ପୂରଣ ଦେବା ସହିତ ରବିଫସଲ ଶୀଘ୍ର ଯୋଗାଇ ଦେବାକୁ ଚଷୀ ମାନେ ସରକାର ଙ୍କ ପାଖରେ ଦାବୀ କରିଛନ୍ତି,



Visitors Today : 4
Total Visitors : 130422
Total Views : 9891952
Visitors Online Now : 0