ଚୀନ୍ର ରାଜଧାନୀ ବେଜିଂରେ ଆଗାମୀ ବର୍ଷ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ ଖେଳାଯିବାକୁ ସ୍ଥିର ହୋଇଛି । ଏହାରି ମଧ୍ୟରେ ଚୀନ୍ ସହିତ ବଢ଼ୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଏହି ଅଲିମ୍ପିକ୍କୁ ରାଜନୈତିକ ରୁପେ ବୟକଟ୍ କରିବାକୁ ଆମେରିକା ଯୋଜନା କରୁଥିବା ଜଣାପଡ଼ୁଛି । ରାଷ୍ଟ୍ରପତି ଜୋ ବାଇଡେନ ଖୁବ ଶୀଘ୍ର ଆମେରିକାରୁ ଖେଳାଳିମାନଙ୍କୁ ଅଲିମ୍ପିକ୍କୁ ନ ପଠାଇବାକୁ ଏକ ସୁପାରିଶକୁ ଅନୁମୋଦନ କରିବେ ବୋଲି ଜଣାପଡ଼ିଛି । ଅଲିମ୍ପିକ୍ସର ଉଦଘାଟନ ଏବଂ ଉଦ୍ଯାପନ ସମାରୋହକୁ ସାଧାରଣତଃ ହ୍ୱାଇଟ୍ ହାଉସ୍ ଦ୍ୱାରା ଏକ ପ୍ରତିନିଧି ଦଳ ପଠାଯାଇଥାଏ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏନେଇ କହିଛନ୍ତି ଯେ, ସେ ବେଜିଂ ଅଲିମ୍ପିକ୍କୁ ରାଜନୈତିକ ବହିଷ୍କାର କରିବା ପାଇଁ ଯୋଜନା କରୁଛନ୍ତି । ପୂର୍ବରୁ ଇଉରୋପୀୟ ସଂସଦରେ ବେଜିଂ ଅଲିମ୍ପିକ୍କୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । କିଛି ଖୋଳାଳି ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0